ରସୁଲପୁର: ରସୁଲପୁର ବ୍ଲକ୍ ବାହାଦଲାପୁର ଛକ ନିକଟରେ ୧୬ ନଂ ଜାତୀୟ ରାଜପଥ ଉପରେ ଏକ ଗଳିପୋଲ (ପିୟୁପି) ପାଇଁ ଆଜି ଭୁବନେଶ୍ବର ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଭୂମିପୂଜନ କରିଛନ୍ତି। ଏହି ଛକରେ ବାହାଦଲାପୁର, ସରିଫାବାଦ, ଚିନ୍ତାପଲ୍ଲୀ ଓ ବିଲିପଡ଼ା ଗ୍ରାମର ଲୋକମାନେ ଜାତୀୟ ରାଜପଥ ଦେଇ ନିକଟସ୍ଥ କୁଆଖିଆ ବଜାର, ବ୍ଲକ୍ କାର୍ଯ୍ୟାଳୟ, ସାହାପୁର ହାଟ ଓ ପାଣିକୋଇଲି ପଟକୁ ଯାଇଥାନ୍ତି। ଏଠାରେ ଗଳିପୋଲ ନଥିବାରୁ ରାସ୍ତା ପାର ହେବା ସମୟରେ ସବୁବେଳେ ଦୁର୍ଘଟଣାର ଭୟ ରହୁଥିଲା।
ନିଜର ସୁରକ୍ଷା ପାଇଁ ସ୍ଥାନୀୟ ଲୋକମାନେ ଏଠାରେ ଏକ ଗଳିପୋଲ ପାଇଁ ଦାବି କରିଆସୁଥିଲେ। ଭୁବନେଶ୍ବର ସାଂସଦଙ୍କ ଜରିଆରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀଙ୍କୁ ମଧ୍ୟ ଗଳିପୋଲ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ବିଜେପି ନେତ୍ରୀ ସୀମନ୍ତିନୀ ଜେନା ଓ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
Follow Us