ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କୁ ମାର୍ପିଟ୍ ଓ ଆଶାଳୀନ ବ୍ୟବହାର କରିଥିବା ଅଭିଯୋଗରେ ୪ ଜଣକୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୭.୩୦ ସମୟରେ ଦୂର୍ଘଟଣା ଘଟିଥିବା ଜଣେ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଯୁବକଙ୍କୁ ଭର୍ତ୍ତି କରିଥିବା ୪ ଜଣ ଯୁବକ ମଦ୍ୟପାନ କରି ଆସିଥିଲେ। ଏନେଇ ଡ୍ୟୁଟିରେ ଥିବା ଡାକ୍ତର ସାଉନା ଶଙ୍କର ମୁର୍ମ୍ମୁ ମଦ୍ୟପାନ କରି ଡାକ୍ତରଖାନାକୁ କାହିିଁକି ଆସିଛନ୍ତି ପ୍ରଶ୍ନ କରିବାରୁ ଡଃ. ମୁର୍ମୁଙ୍କୁ ଆଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ମାର୍ପିଟ୍ କରିଥିଲେ। ମାର୍ପିଟ୍ କରିବା ପରେ ଯୁବକ ମାନେ ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତ ରାଣିପାଳର ଗବିନ୍ଦ ମାରାଣ୍ଡି,ତୁଳସୀବଣିର କ୍ଷୀତିଷ ସାଉନା ସିଂ ସୋରେନ,ନିଶ୍ଚିନ୍ତପୁରର ମୋହନଲାଲ ହେମ୍ବ୍ରମ ଓ ଜାନମଘୁଟୁର ବିକ୍ରମ ମାଝୀ ଙ୍କ ନାମରେ ଥାନାରେ ଅଭିଯୋଗ ହୋଇଛି ।
ତେବେ ମାର୍ପିଟ ସମୟର ଭିଡିଓକୁ ଜଣେ ତାଙ୍କ ମୋବାଇଲରେ କଏଦ୍ କରିଥିଲେ। ଉକ୍ତ ଭିଡିଓକୁ ଆଧାର କରି ରାଇରଙ୍ଗପୁର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେବା ସୁଦ୍ଧା ତାଙ୍କ ନାମରେ କୌଣସି ମାମଲା ରୁଜୁ ହୋଇନଥିବା ସୂଚନା ମିଳିଛି। ଆହତ ଡଃ. ମୁର୍ମ୍ମୁଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Screenshot_2021-09-16-20-23-38-84_c1ebbaff44ba152fb7f7c2e1f7129fd1.jpg)