ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚରମ୍ପା ଅଞ୍ଚଳର ଶୁଭମ ଲଜିଷ୍ଟିକ ସାମ୍ନାରେ ଝାରାଖଣ୍ଡ ଅଞ୍ଚଳର ଇନାମୁଲ ନାମକ ଡ୍ରାଇଭର ଗାଡି ଅନଲୋଡ଼ କରୁଥିବା ସମୟରେ ତାଙ୍କ ପାଖରେ ପହଞ୍ଚିଥିଲେ ତିନ ଲୁଟେରା ଓ ପହଞ୍ଚିବା ପରେ ଲୁହ ରଡ଼ରେ ମାଡ ମାରିବା ସହ ମାଗିଥିଲେ ଟଙ୍କା ଓ ଡ୍ରାଇଭର ଟଙ୍କା ନଥିବା କହି ମାଲିକଙ୍କୁ ଟଙ୍କା ପାଇଁ ଜଣାଇଥିଲେ ଓ ଲୁଟେରା ତାଙ୍କ ନମ୍ବରରେ ଟଙ୍କା ପଠାଇବାକୁ କହିଥିଲେ ଓ ତାପରେ ମାଲିକ ଲୁଟେରାଙ୍କ ନମ୍ବରରେ ପଠାଇଥିଲେ ୪୦୦୦ ଟଙ୍କା ଓ ଟଙ୍କାପଇ ଲୁଟେରା ଘଟଣାସ୍ଥଳରୁ ହୋଇଯାଇଥିଲେ ଫେରାର ଓ ପରବର୍ତ୍ତୀ ମୁହୁର୍ତରେ ଲୁଟେରା ମାନେ ଭଦ୍ରକ ଆରଡ଼ି ଛକ ନିକଟରେ ଦେବସ୍ମିତା ମହାନ୍ତିଙ୍କ ଘରେ ପଶି ଡକାୟତି ଉଦ୍ୟମ କରିବା ବେଳେ ଉଠି ପଡ଼ିଥିଲେ ଘରଲୋକ।
ଏହିସମୟରେ ଲୁଟେରା ମାନେ ତାଙ୍କ ଘରୁ ବାହାରି ଆସି ତାଙ୍କ ଘର ବାହାରେ ଥିବା କାରଟିକୁ ଲୁହା ରଡ଼ରେ ପିଟି ସମ୍ପୂର୍ଣ ଭାଙ୍ଗି ଦେଇ ଘଟଣାସ୍ଥଳରୁ ଦୁଇଟି ବାଇକରେ ଫେରାର ହୋଇ ଯାଇଥିଲେ। ପରେ ଉଭୟ ଅଭିଯୋଗକୁ ଭିତ୍ତିକରି ଗ୍ରାମାଞ୍ଚଳ ପୁଲିସ ତଦନ୍ତ ଆରମ୍ଭ କରିଥିଲା ଓ ପୂର୍ବ ଘଟଣାରେ ଫୋନରେ ଟଙ୍କା ନେବାକୁ ଆଧାର କରି ପୁଲିସ ସେମାନଙ୍କ ଫୋନ ଟ୍ରାକ୍ କରି ସେମାନେ ଚରମ୍ପା ଅଞ୍ଚଳରେ ଥିବାର ଜାଣି ପାରିଥିଲା ଓ ସେମାନଙ୍କ ଉପସ୍ଥିତ ସ୍ଥାନରେ ତୁରନ୍ତ ପୁୁଲିସ ପହଞ୍ଚି ସେମାନେ ନିଶା ଖାଉଥିବା ଅବସ୍ଥାରେ ସେମାନଙ୍କୁ କାବୁକରୀ ଗିରଫ କରିଥିଲା। ସେମାନଙ୍କ ପାଖରୁ ୬ ଟି ମୋବାଇଲ, ୪ହଜାର ଟଙ୍କା, ଗୋଟିଏ ଲମ୍ବା ଛୁରୀ, ଗୋଟିଏ ଲୁହା ରଡ଼ ଓ ୩ଟି ଛୁରୀ ଜବତ କରିଥିଲା ଓ ଅଭିଯୁକ୍ତ ମାନେ ପୂବରୁ ଜିଲ୍ଲାରେ ବିଭିନ୍ନ କେଶରେ ସମ୍ପୃକ୍ତ ଥିବାର ଜଣା ପଡ଼ିଥିବା ବେଳେ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/IMG-20220722-WA0077.jpg)