ଭଞ୍ଜନଗର ଆରଟିଓ କାର୍ଯ୍ୟାଳୟରୁ ୪ ଦଲାଲ ଗିରଫ

ଭଞ୍ଜନଗର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଭଞ୍ଜନଗର ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରେ ପୁଲିସ ତରଫରୁ ଶୁକ୍ରବାର ଅତର୍କିତ ଭାବେ ଚଢାଉ କରି ୪ ଜଣକୁ ଗରିଫ କରାଯାଇଛି। ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ତ୍ୱାବଧାନରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଏସଆଇ ଲିତାରାଣୀ ପରିଡା ଗୋଟିଏ ଟିମ ନେଇ ମେଡିକାଲ ଓ ଆରଟିଓ କାର୍ଯ୍ୟାଳୟରେ ଚଢାଉ କରିଥିଲେ।

ସ୍ଥାନୀୟ ଆରଟିଓ କାର୍ଯ୍ୟାଳୟରୁ ୪ ଜଣ ଦଲାଲ ପ୍ରମୋଦ କୁମାର ସାହୁ, ସରୋଜ ପତି, ଅଭିରାମ କର ଓ ସୀମାଞ୍ଚଳ ଗେଡଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବା ନେଇ ପୁଲିସ ସୂଚନା ଦେଇଛି। ଏଥିସହ ମେଡିକାଲରେ ଦଲାଲ କାମ କରୁଥିବା ବ୍ୟକ୍ତି ଉପରେ କଡା ନଜର ରଖିଥିବା ବେଳେ ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର