ବ୍ରାଉନ୍‌ ସୁଗାର୍‌ ଜବତ, ୪ ଗିରଫ

ପୁରୀ: ବ୍ରାଉନ୍‌ ସୁଗାର୍‌ ବିକ୍ରି କରିବା ଅଭିଯୋଗରେ ପୁରୀ ପୁଲିସ ୪ ଜଣ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୧୮ ଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର୍‌ ଓ ଦୁଇଟି ବାଇକ୍‌ ଜବତ କରିଛି। ଏ

ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମିହିର ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ଯେ ସମୁଦ୍ରକୂଳ ଥାନା, ବ୍ରହ୍ମଗିରି ଥାନା, କୋଣାର୍କ ଥାନା ଓ ଟାଉନ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଜଣ ବ୍ରାଉନ ସୁଗାର ବେପାରୀଙ୍କୁ ଧରିଥିଲା। ଏନେଇ ବିଭିନ୍ନ ଥାନାରେ ୩ଟି ମାମଲା ରୁଜୁ କରାଯାଇଥିଲା। ସମୁଦ୍ରକୂଳ ଥାନା ପୁଲିସ ବ୍ରାଉନ୍‌ସୁଗାର କାରବାର ଅଭିଯୋଗରେ ଟାଉନ୍‌ଥାନା ଧୋବାଖାଲର ଶ୍ୟାମସୁନ୍ଦର ନାଏକକୁ ଗିରଫ କରିଛି। ସେହିପରି ବ୍ରହ୍ମଗିରି ଥାନା ପୁଲିସ ଧଡ଼ୁ ବେହେରାକୁ ଏବଂ କୋଣାର୍କ ଥାନା ପୁଲିସ ବନାଖଣ୍ଡି ପଞ୍ଚାୟତର ଜନ୍ତନାର ଅଜୟ କୁମାର ବରାଳକୁ ଗିରଫ କରିଛଇ। ସେହିପରି ଟାଉନ ଥାନା ପୁଲିସ କାଳିକାଦେବୀ ସାହିର ମିଥୁନ ପୃଷ୍ଟିକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ଏହି ଏକ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନ୍‌ ସୁଗାର୍‌ ଜବତ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର