ରାଉରକେଲା: ଶିଶୁ ଚୋରି ରାଜ୍ୟରେ ହଡ଼କମ୍ପ ସୃଷ୍ଟି କରିଥିବାବେଳେ ଏଭଳି ଏକ ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି। ୫ ବର୍ଷର ଶିଶୁକୁ ଅପହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗରେ ପ୍ଲାଣ୍ଟ୍ସାଇଟ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦୀତନଗର ଥାନା ଅନ୍ତର୍ଗତ ବିରଜାପଲ୍ଲୀର ଅଶ୍ରଫ୍ ଅଲୀ(୩୦), ଗୋପବନ୍ଧୁପଲ୍ଲୀର ଅଂଚଳର ସନ୍ତୋଷୀ ନାୟକ(୪୨), ନିର୍ମଳା ଦାସ(୫୦) ଓ ନାବାଳକକୁ କିଣିଥିବା ପଶ୍ଚିମ ମେଦିନିପୁର(ପଶ୍ଚିମବଙ୍ଗ)ର ମୂଳନିବାସୀ ତଥା ସ୍ଥାନୀୟ ରେହମତ ନଗରର ମାନୁଆର ବିବି(୬୧)।
/sambad/media/post_attachments/wp-content/uploads/2020/12/89433458-7eae-49df-81df-857a2696ff0b-1024x684.jpg)
ସୂଚନା ଅନୁସାରେ ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ପୁଲିସ ସୂଚନା ଅନୁସାରେ ପଶ୍ଚିମବଙ୍ଗର ମେଦିନିପୁର (ପଶ୍ଚିମ)ରୁ ଅପହୃତ ନାବାଳକକୁ ଉଦ୍ଧାର କରାଯାଇଥିଲା। ପୁଲିସ ଆଜି ଶିଶୁକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
/sambad/media/post_attachments/wp-content/uploads/2020/12/7fa73218-88c6-417e-a33e-503eab66e6fe-1024x684.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/48351145-a942-4d91-bbbb-cabc99133be0.jpg)