ରାଉରକେଲାରେ ଶିଶୁ ଚୋରି, ୪ ଗିରଫ

ରାଉରକେଲା: ଶିଶୁ ଚୋରି ରାଜ୍ୟରେ ହଡ଼କମ୍ପ ସୃଷ୍ଟି କରିଥିବାବେଳେ ଏଭଳି ଏକ ଘଟଣା ରାଉରକେଲାରେ ଦେଖିବାକୁ ମିଳିଛି। ୫ ବର୍ଷର ଶିଶୁକୁ ଅପହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିବା ଅଭିଯୋଗରେ ପ୍ଲାଣ୍ଟ୍‌ସାଇଟ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦୀତନଗର ଥାନା ଅନ୍ତର୍ଗତ ବିରଜାପଲ୍ଲୀର ଅଶ୍ରଫ୍‌ ଅଲୀ(୩୦), ଗୋପବନ୍ଧୁପଲ୍ଲୀର ଅଂଚଳର ସନ୍ତୋଷୀ ନାୟକ(୪୨), ନିର୍ମଳା ଦାସ(୫୦) ଓ ନାବାଳକକୁ କିଣିଥିବା ପଶ୍ଚିମ ମେଦିନିପୁର(ପଶ୍ଚିମବଙ୍ଗ)ର ମୂଳନିବାସୀ ତଥା ସ୍ଥାନୀୟ ରେହମତ ନଗରର ମାନୁଆର ବିବି(୬୧)।

ସୂଚନା ଅନୁସାରେ ଗତ ୪ ତାରିଖରେ ଅଭିଯୁକ୍ତମାନେ ଶିଶୁକୁ ଅପହରଣ କରି ୧ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ପୁଲିସ ସୂଚନା ଅନୁସାରେ ପଶ୍ଚିମବଙ୍ଗର ମେଦିନିପୁର (ପଶ୍ଚିମ)ରୁ ଅପହୃତ ନାବାଳକକୁ ଉଦ୍ଧାର କରାଯାଇଥିଲା। ପୁଲିସ ଆଜି ଶିଶୁକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର