କରୋନା କଟକଣା: କୋଚିଂ ସେଣ୍ଟର ଉପରେ ଚଢ଼ାଉ, ୪ ଗିରଫ

ଫୁଲବାଣୀ: କରୋନାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କତା ଏବଂ କଟକଣା ଜାରି କରିଥିବା ବେଳେ ସ୍କୁଲ-କଲେଜ ଓ କୋଚିଂ-ଟିଉସନ ବନ୍ଦ କରିବାକୁ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏସବୁ ସତ୍ତ୍ୱେ ଫୁଲବାଣୀ ସହରରେ ବିଭିନ୍ନ ସ୍ଥାନାରେ କୋଚିଂ ସେଣ୍ଟର ପରିଚାଳିତ ହେଉଛି। ଫଳରେ ପୁଲିସ ଆଜି ବିଭିନ୍ନ ସ୍ଥାନଗୁଡ଼ିକରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିନୋଦ କୁମାର ସେଠୀ, ସନ୍ତୋଷ ଲୋଚନ ନାଏକ, ମଥୁରା କୁମାର ଦାଶ ଓ ପ୍ରଣୟ ସାମସ୍ତରାୟ।

କରୋନା ସତର୍କତା ଓ କଟକଣାକୁ ଖାତିର ନ କରି ଫୁଲବାଣୀ ସହରରେ ବିଭିନ୍ନ କୋଚିଂ ସେଣ୍ଟରଗୁଡ଼ିକ ପରିଚାଳିତ ହେଉଛି। ଆଜି ପୁଲିସ ବସଷ୍ଟାଣ୍ଡ, ନଦୀଖଣ୍ଡି ସାହି, ତୋଟାସାହି ଏବଂ ମାଷ୍ଟରପଡ଼ାର ୨ଟି କୋଚିଂ ସେଣ୍ଟରରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର