ଝାରସୁଗୁଡ଼ା: ବେଦାନ୍ତ କାରଖାନାରେ ବିଭିନ୍ନ ଚାକିରୀ କରାଇ ଦେବାକୁ କହି ଓଡ଼ିଶା ଓ ଝାରଖଣ୍ଡ ଅଞ୍ଚଳର ଯୁବକ ମାନଙ୍କ ଠାରୁ ଟଙ୍କା ନେଇ ଠକୁଥିବା ଏକ ଗ୍ୟାଙ୍ଗର ୪ ସଦସ୍ୟ ଝାରଖଣ୍ଡର ଇଷ୍ଟ ସିଂହଭୂମ ଜିଲ୍ଲାର ଘାଟଶିଳା ଥାନା ଅନ୍ତର୍ଗତ ଏଡ଼େଲବେରା ଗ୍ରାମର ଜୟନ୍ତ ରଜାକ(୩୦), ବ୍ରଜରାଜନଗର ଇଏସ୍‌ଆଇ ଛକର ତୃପ୍ତି ଓରଫ ରଞ୍ଜନ ମହାନନ୍ଦ(୨୪), କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ପୋଡ଼ଖମା ଗ୍ରମାର ପ୍ରଳୟ ନନ୍ଦ (୫୨) ଓ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରର ମହେଶ୍ୱର ପଟ୍ଟନାୟକ(୪୦)ଙ୍କୁ ବଡ଼ମାଳ ଆଦର୍ଶ ଥାନା ପୁଲିସ ଗିରଫ କରିବାରେ ସଫଳ ହୋଇଛି।

Advertisment

publive-image

ଏହି ଠକ ଗ୍ୟାଙ୍ଗ ଠାରୁ ୫୪ ହଜାର ଟଙ୍କା ସହ ଏକ ସୁଇଫ୍‌ଟ ଡ଼ିଜାର କାର ନମ୍ବର ଓଡ଼ି ୨୩ ଏଚ୍‌ ୫୧୧୭, ହାଇଟେକ୍‌ ପିଆର୍‌ କମ୍ପାନି ନାମରେ ବ୍ୟାନର- ପୋଷ୍ଟର ଓ ୪ ମୋବାଇଲ ଜବତ କରିଥିବା ବେଳେ ଏହି ୪ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଥିବା କହିଛି। ବଡ଼ମାଳ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଝାରସୁଗୁଡ଼ା ଏସ୍‌ଡ଼ିପିଓ କୈଳାଶ ଆଚାର୍ଯ୍ୟ ଓ ଆଇଆଇସି ଅମିତାଭ ପଣ୍ଡା କହିଥିଲେ ଯେ, ଏହି ଗ୍ୟାଙ୍ଗର ସଦସ୍ୟମାନେ ବେଦାନ୍ତ କାରଖାନାରେ ବେକାର ଯୁବକ ମାନଙ୍କୁ ଚାକିରୀ ଦେବାକୁ ପ୍ରଲୋଭିତ କରି ଜଣ ପିଛା ୪୦/୫୦ ଟଙ୍କା ନେଇ ନେଇ ତାଙ୍କୁ ଠକୁଥିଲେ। ଏପରିକି ଏହି ଗ୍ୟାଙ୍ଗର ସଦସ୍ୟମାନେ ବେଦାନ୍ତ ଗେଟ୍‌ ପାସ କରାଇ ଯୁବକ ମାନଙ୍କୁ ଭିତକୁ ନେଇ ସାକ୍ଷାତକାର କରୁଥିଲେ। ତେଣୁ ଏଥିରେ ବେଦାନ୍ତ କାରଖାନାର କିଛି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ ସେ ନେଇ ମଧ୍ୟ ପୁଲିସ ତଦନ୍ତ ଆରମ୍ଭ କରିଛି।