ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୁଲିସ ପକ୍ଷରୁ ଗୁରୁବାର ଖଇରମାଲ କେନାଲ ନିକଟରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରାଯାଇଥିଲା। ସେଠାରୁ ୨ଟି ବାଇକ୍ (ଓଆର୍ ୧୫ କେ ୬୦୦୫) ଓ (ଓଆର ୧୫ ସି ୧୦୯୯), ୬ଟି ଜୁଆ ଗୁଟି, ପଟି, ଏକ ବାଉଁଶ ପେଡ଼ି, ୨୪୫୦ ଟଙ୍କା ଜବତ କରିଛି। ଏଥିସହ ସିଙ୍ଘିଯୁବା ପଞ୍ଚାୟତ ଖଇରମାଲ ଗ୍ରାମର ୱାର୍ଡ଼ମେମ୍ବର ପ୍ରେମରାଜ ବାଗ(୪୨), ସେହିଗ୍ରାମର ଶ୍ୟାମ ମହାନନ୍ଦ (୬୫), ଆମେରିକା ବଗର୍ତ୍ତି (୬୦) ଓ ସିଙ୍ଘିଯୁବା ଗ୍ରାମର ଅମିନ ଭୋଇ (୫୮)ଙ୍କୁ ଗିରଫ କରିଛି। ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି। ଆଉ କେତେ ଜଣ ସେଠାରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି। ଆଇଆଇସି ନିରଞ୍ଜନ ନାୟକଙ୍କ ନିର୍ଦ୍ଦେଶରେ ଏସ୍ଆଇ ସୂର୍ଯ୍ୟକାନ୍ତ ସେଠୀ, ରଞ୍ଜନ ବାଗ, ଦଲାଲ ସେନ ମଲ୍ଲିକ, ସଞ୍ଜିବ ପଧାନ ଓ ତ୍ରିଭଙ୍ଗ ମାଝୀ ଏହି ଚଢ଼ଉରେ ସାମିଲ ଥିଲେ।
ଜୁଆ ଆଡାରେ ଚଢ଼ଉ: ୨ ବାଇକ ସହ ୨୪୫୦ ଟଙ୍କା ଜବତ, ୪ ଗିରଫ
/sambad/media/post_attachments/wp-content/uploads/2021/04/1a511ebd-6112-49c6-aadd-935bece02e56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)