ନବରଙ୍ଗପୁର : ଗଞ୍ଜେଇ ଚୋରାଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ନବରଙ୍ଗପୁର। ଗତ ୩ ମାସ ମଧ୍ୟରେ ନବରଙ୍ଗପୁର ଓ ପାପଡାହାଣ୍ଡି ଥାନାରେ ୫ଟି ମାମଲା ହେଲାଣି। ୭ଟି ଗାଡି ଜବତ ହେବା ସହ ୧୦ ଜଣ ଗିରଫ ହେଲେଣି। ତଥାପି ଗଞ୍ଜେଇ ଚୋରା ଚାଲାଣ ନିୟନ୍ତ୍ରଣ କୁ ଆସୁନାହିଁ। ପୁଣି ଗଞ୍ଜେଇ ଲିଙ୍କରେ ନବରଙ୍ଗପୁର ଥାନା କୁ ଏକ ବଡଧରଣର ସଫଳତା ମିଳିଛି। ଝାଡ଼ଖଣ୍ଡର ୪ ଜଣ ବ୍ୟକ୍ତି ଏହି ଗଞ୍ଜେଇ ଲିଙ୍କରେ ଧରାପଡିଛନ୍ତି। ଗଞ୍ଜେଇ ଆଣିବା ପାଇଁ ଜୟପୁର ଯିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ନବରଙ୍ଗପୁର ଆରକ୍ଷୀ ନିରୀକ୍ଷକ ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ବରେ ପୁଲିସ ଟିମ୍ ନବରଙ୍ଗପୁର ସହରର ମାଝୀଗୁଡାଠାରେ ତନଖି କରିବା ବେଳେ ଏକ ମାରୁତି ଜେନ୍ ନଂ ଜେଏଚ ୨୪ସି ୮୮୧୫କୁ ବି ତନଖି କରିଥିଲା। ସେହି ଗାଡିରେ ବସିଥିବା ୪ ଜଣ ବ୍ୟକ୍ତି ଙ୍କୁ ନେଇ ପୁଲିସକୁ ସନ୍ଦେହ ହେବାରୁ ପୁଲିସ ଉକ୍ତ ବ୍ୟକ୍ତି ମାନଙ୍କୁ ଡାକି ନେଇ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ବେଳେ ଜଣାପଡିଥିଲା ଯେ ଏମାନେ ଗଞ୍ଜେଇ କିଣିବା ପାଇଁ ଝାଡ଼ଖଣ୍ଡରୁ କଳାହାଣ୍ଡି ଦେଇ ଜୟପୁରକୁ ଯାଉଥିଲେ। ସେମାନଙ୍କ ନିକଟରୁ ମାଜିଷ୍ଟେଟ୍ ଗୁଡ୍ରା ହେମ୍ରମଙ୍କ ଉପସ୍ଥିତି ରେ ୮୦ ହଜାର ଟଙ୍କା , ୪ ଗୋଟି ମୋବାଇଲ ଓ ଉକ୍ତ ଗାଡିକୁ ପୁଲିସ ଜବତ କରିଛି। ସେମାନଙ୍କ ଠାରୁ ଜବତ ମୋବାଇଲର କଲ୍ ରେକର୍ଡ ଓ ୱାଟସ୍ ଅପ ତଥ୍ୟରୁ ଏହି କାରବାରରେ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ବହୁ ବ୍ୟକ୍ତି ଙ୍କ ଲିଙ୍କ ପଦାକୁ ଆସିପାରେ ବୋଲି ଡିଏସପି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି। ଏ ନେଇ ନବରଙ୍ଗପୁର ଥାନା ରେ କେସ ନଂ ୧୯୮ /୨୦ ରେ ମାମଲା ରୁଜୁ ହୋଇଛି। ଏହି ଚଢ଼ାଉରେ ଅନ୍ୟ ମାନଙ୍କ ମଧ୍ୟରେ ଏସଆଇ ରାକେଶ ବେହେରା, ଏଏସଆଇ କେ.ଏସ.ସାଗୁ, ଆରସିଏଚ୍ ଭତ୍ରା ଓ ଯୁଧିଷ୍ଠିର ଭତ୍ରା ଭାଗ ନେଇଥିଲେ।
ଗଞ୍ଜେଇ ଲିଙ୍କରେ ଗାଡି ସହ ଝାଡ଼ଖଣ୍ଡର ୪ ଜଣ ଗିରଫ, ଜୟପୁରରୁ ଗଞ୍ଜେଇ ନେଇଥାନ୍ତେ
/sambad/media/post_attachments/wp-content/uploads/2020/09/ngp-ganja-link-arrested.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)