ବୌଦ୍ଧ: ଅବକାରୀ ବିଭାଗ ଦୁଇଟି ସ୍ଥାନରେ ଚଢ଼ଉ କରି ୧୩ କେଜି ଗଞ୍ଜେଇ ଜବତ କରି ୪ ଜଣଙ୍କୁ ଗିରଫ କରିଛି। ବିଭାଗୀୟ ସୂଚନା ଅନୁସାରେ ଶନିବାର ଅପରାହ୍ନରେ ୫୭ ନଂ ଜାତୀୟ ରାଜପଥର ଝାଡ଼ରାଜିଙ୍ଗ ଗ୍ରାମ ନିକଟରେ ଏକ ସ୍କୁଟରକୁ ଅଟକାଇଥିଲେ। ଗାଡ଼ିରୁ ୮ କେଜି ଗଞ୍ଜେଇ ଜବତ କରାଯାଇଛି। ସେମାନେ କନ୍ଧମାଳ ଜିଲ୍ଲାରୁ କେନ୍ଦୁଝର ଯାଉଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦୁଝର ଜିଲ୍ଲାର ଅନୁରାଗ ଶଙ୍ଖୁଆ(୨୩) ଓ ଦୀପକ ରଞ୍ଜନ ବାରିକ(୨୫)। ସେହିପରି ମାଧପୁରରେ ଅନ୍ୟ ଏକ ବାଇକକୁ ଯାଞ୍ଚ କରିବାରେ ୫ କେଜି ଗଞ୍ଜେଇ ମିଳିଥିଲା। ଏହି ମାମଲାରେ କନ୍ଧମାଳ ଜିଲ୍ଲାର କରେଡିଗୁଡ଼ା ଗ୍ରାମର ନରେଶ ନାଏକ(୩୦) ଓ ଅଶୋକ ବେହେରା(୨୯) ଙ୍କୁ ଗିରଫ କରାଯାଇଛି। ଚଢ଼ଉରେ ଇନ୍ସପେକ୍ଟର ବିଜୟ ଧରୁଆଙ୍କ ସହ ଏସ୍ଆଇ ରମେଶ ମହାନ୍ତିଙ୍କ ସହ କର୍ମଚାରୀ ସାମିଲ ଥିଲେ।
୧୩ କେଜି ଗଞ୍ଜେଇ ଜବତ, ୪ ଗିରଫ
/sambad/media/post_attachments/wp-content/uploads/2021/06/3012bfb3-631d-4d30-bb13-54d0a9548a1f.jpg)