ଯାଜପୁର: ବଡ଼ଚଣା ପୁଲିସ ଦ୍ୱାରା ୪ ଜଣ ଜାତୀୟ ରାଜପଥ ଲୁଟେରାଙ୍କୁ ଗିରଫ କରାଯାଇଛି। ଅଭିନବ ଉପାୟରେ ଜାତୀୟ ରାଜପଥରେ ଲୋକମାନଙ୍କୁ ଲିଫଟ ଦେଇ ଚା’ରେ ନିଶା ଦେଇ ଲୁଟ କରୁଥିବା ଅଭିଯୋଗ ହୋଇଛି। ଲୁଟେରା ମାନେ ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳର। ପୁଲିସ ସେମାନଙ୍କ ନିକଟରୁ ୨୭ଗ୍ରାମ ସୁନା ଅଳଙ୍କାର, ନଗଦ ୨୦ହଜାର ଟଙ୍କା, ୨ଟି ବାଇକ, ଦାମି ମୋବାଇଲ, ଲ୍ୟାପଟପ, କ୍ୟାମେରା ସହ ବିଭିନ୍ନ ସାମଗ୍ରୀ ଜବତ କରିଛି। ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସଡିପିଓ ଚିନ୍ମୟ କୁମାର ନାୟକଙ୍କ ସୂଚନା।
୪ ରାଜପଥ ଲୁଟେରା ଗିରଫ, ୨୭ ଗ୍ରାମ ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଜବତ
/sambad/media/post_attachments/wp-content/uploads/2021/02/f5e7925b-d5a7-4851-8f1e-66f22fd4fa0e.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)