୪ ଡକାୟତ ଗିରଫ, ୪ ଲକ୍ଷ ୧୦ ହଜାର ଟଙ୍କା ସମେତ ୨ ପିସ୍ତଲ-୨ ବାଇକ୍‌ ଜବତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୁଲିସ ଏକ ବଡ଼ଧରଣର ଡକାୟତି ଘଟଣା ସହିତ ଜଡ଼ିତ ୪ ଜଣ ଡାକୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଡକାୟତମାନେ ହେଲେ ପିଣ୍ଟୁ ସାହୁ, ସାମୁଏଲ ଏକ୍କା, ନିତିଶ ମିଶ୍ର ଓ ମହମ୍ମଦ ସଲିମ। ଗତ ଅକ୍ଟୋବର ୧୫ରେ କୁଆଁରମୁଣ୍ଡାରେ ୧୧ ଲକ୍ଷ ୩୫ ହଜାର ଟଙ୍କା ଡକାୟତି ଘଟଣା ସହିତ ସଂପୃକ୍ତି ଥିବାରୁ ପୁଲିସ ଏମାନଙ୍କୁ ଗିରଫ କରିଥିବା ଜଣାଯାଇଛି। ପୁଲିସ ଡକାୟତମାନଙ୍କ ଠାରୁ ନଗଦ ୪ ଲକ୍ଷ ୧୦ ହଜାର ଟଙ୍କା, ୨ଟି ପିସ୍ତଲ, ୨ଟି ବାଇକ୍‌, ୪ଟି ମୋବାଇଲ ଫୋନ୍‌ ଜବତ କରିଥିବା ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ବୁଧବାର ବୀରମିତ୍ରପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

ଏହି ଡକାୟତି ଘଟଣାରେ ପୂର୍ବରୁ ୨ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ। ପୁଲିସ ଜଣେ ଗୃହରକ୍ଷୀ ଓ କୁଆଁରମୁଣ୍ଡ ପଂଚାୟତ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏସ୍‌ପି ଶ୍ରୀମତୀ ସୌମ୍ୟା ମିଶ୍ର କହିଛନ୍ତି ଯେ, ଡକାୟତମାନେ ରାଜଗାଙ୍ଗପୁର ପୁଲିସ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଡକାୟତି ଘଟଣା ସହିତ ଜଡ଼ିତ ଅଛନ୍ତି।

ସମ୍ବନ୍ଧିତ ଖବର