ମୁର୍ଶୀଦାବାଦ ଅଞ୍ଚଳରୁ ଆସି ରାଜମିସ୍ତ୍ରୀ କାମ ଆଳରେ ଚୋରି

ଏସି ଯନ୍ତ୍ରାଂଶ ଚୋରି ଅଭିଯୋଗରେ ୪ଗିରଫ, ଯନ୍ତ୍ରାଂଶ ଉଦ୍ଧାର

ବାରିପଦା: ଏସି ଯନ୍ତ୍ରାଂଶ ଚୋରି ଅଭିଯୋଗରେ ବାରିପଦା ଟାଉନ ଥାନା ପୁଲିସ ଆଜି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶୀଦାବାଦ ଅଞ୍ଚଳର । ଏମାନେ ସମସ୍ତେ ମୁର୍ଶୀଦାବାଦରୁ ଆସି ବାରିପଦା ସହରରେ ରାଜମିସ୍ତ୍ରୀ ଭାବେ ବିଭିନ୍ନ ଲୋକମାନଙ୍କର ପକ୍କା ଘର କାମକୁ ଠିକାରେ ନେଇ ନିର୍ମାଣ କାର୍ଯ୍ୟ କରିବା ସହିତ ଚୋରିରେ ସମ୍ପୃକ୍ତ ଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ହାସମତ୍ ଅଲ୍ଲୀ(୩୪), ରିଜେନ ଏସ୍‌କେ(୨୯), କେରାମତ୍ ଅଲ୍ଲୀ(୨୨) ଓ କରିମ୍ ଏସ୍‌କେ(୨୪) ।
ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି,  ବାରିପଦା ଟାଉନ ଥାନା ଅଧୀନ ୱାର୍ଡ ନଂ ୧୬ ପ୍ୟାରେଡ ପଡିଆ ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା କୁଳିଅଣା ଥାନା ଗାଙ୍ଗରାଜ ଗ୍ରାମର ଚନ୍ଦନ ଶେଜପଡାଙ୍କ ଭଡାଘରୁ ଗତ ଜୁନ ୯ ରାତିରେ ଏସି ଯନ୍ତ୍ରାଂଶ(ଆଉଟଡୋର ମଟର) ଚୋରି ହୋଇଥିବା ଘଟଣାକୁ ନେଇ ଚନ୍ଦନ ଶେଜପଡ଼ାଙ୍କ ପକ୍ଷରୁ  ଜୁନ ୧୩ ଥାନା ଅଭିଯୋଗ ହେବାର ୨୪ ଘଣ୍ଟା ନ ପୁରୁଣୁ  ପୁଲିସ ଉପରୁକ୍ତ ୪ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଚୋରୀ ହୋଇଥିବା ଏସି ଯନ୍ତ୍ରାଂଶକୁ ଉଦ୍ଧାର କରିଛନ୍ତି ।
ସମ୍ବନ୍ଧିତ ଖବର