ନବରଙ୍ଗପୁର: ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ଓ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଡିଗାଁ ଥାନା ଅନ୍ତର୍ଗତ ଚିରମା ଅଞ୍ଚଳରେ ଅବକାରୀ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉରେ ୪ ଜଣଙ୍କୁ ଗିରଫ କରିବା ସହ ୯୫ ଲିଟର ଦେଶି ମଦ ଓ ୨୩ ଲିଟର ବିଦେଶୀ ମଦ ଜବତ ହୋଇଛି। ଗିରଫ ବ୍ୟକ୍ତିମାନେ ହେଲେ ଚିରମା ଗାଁର ବକ୍ସି ବିଷୋୟୀ, ଗଙ୍ଗାଧର ବିଷୋୟୀ, ଦୁମାଦେଇ ଗ୍ରାମର ସୁବାଷ ସିଂ, ମଦେଗାଁର କୈଳାଶ ପାତ୍ର।

Advertisment

ଏହା ସହିତ ୧୨ଶହ ଲିଟର ମହୁଆ ପୋଚ ଏବଂ ୭୦ ଲିଟର ମଦ ନଷ୍ଟ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ, ଏସଆଇ ଚିତ୍ତ ରଂଜନ ପଟ୍ଟନାୟକ, ଏଏସଆଇ ଜଗବନ୍ଧୁ ଜାନୀ, ଖଗପତି ହରୀଜନ, ରାଜେନ୍ଦ୍ର ପଟ୍ଟନାୟକ, ସଦାଶିବ ଭତ୍ରା, ଉମେଶ ହରୀଜନ, ରୀନା ବଡନାୟକ, ଆକ୍ରମ ଖାନ ପ୍ରମୁଖ ଥିଲେ।