ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ରାଉଉରକେଲା ଅବକାରୀ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ବେଦବ୍ୟାସ ଗୋପପାଲୀର ଚୁମାନୀ ଟପ୍ପୋ, ରାହୁଲ ଟପ୍ପୋ, ଇସ୍ଥାର ଟପ୍ପୋ ଓ ଟେମ୍ବା ଟପ୍ପୋ। ଅଭିଯୁକ୍ତମାନଙ୍କଠାରୁ ପ୍ରାୟ ୧୧୫ ଲିଟର ଦେଶୀ ମଦ ଜବତ ହୋଇଛି। ଏହାସହ ବହୁ ପରିମାଣର ମହୁଲପୋଚକୁ ନଷ୍ଟ କରିଦିଆଯାଇଛି। ବେଦବ୍ୟାସ ଗୋପପାଲୀ ଅଞ୍ଚଳରେ ବ୍ୟାପକ ଦେଶୀ ମଦ ବିକ୍ରି ହେଉଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ସୂଚନାକୁ ଭିତ୍ତିକରି ଅବକାରୀ ଇନ୍ସପେକ୍ଟର ସ୍ନେହଳତା ନାୟକଙ୍କ ନେତୃତ୍ବରେ ଏକ ଦଳ, ମୋବାଇଲ୍ ୟୁନିଟ୍ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା।
ଦେଶୀ ମଦ ବିକ୍ରି ଅଭିଯୋଗରେ ୪ ଗିରଫ
/sambad/media/post_attachments/wp-content/uploads/2021/09/e4038388-60a3-47c7-a89a-a8cf78c5b503.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)