ବେଆଇନ ମାଙ୍କଡ଼ାପଥର ଖଣି ଉପରେ ଚଢ଼ଉ, ୪ ଗିରଫ 

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଧୀନ ଗୋବରଗାଡ଼ିଆ ଠାରେ ଥିବା ଏକ ବେଆଇନ ମାଙ୍କଡ଼ା ପଥର ଖଣିରେ ସଦର ଥାନା ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରାଯାଇଛି। ଚଢ଼ଉରେ ୩ଟି ପାୱାରଟିଲର, ୨ ଟି ଟ୍ରକ୍ ସହ ୪ଜଣଙ୍କୁ ଗିରଫ କରାଯାଇଛି। ଏନେଇ ସୂଚନା ଦେଇ ଖୋର୍ଦ୍ଧା ସଦର ଥାନା ଅଧିକାରୀ ଅନୀତା ସାହୁ କହିଛନ୍ତି ଯେ ଗତକାଲି ସୂଚନା ପାଇ ଏକ ପୁଲିସ ଟିମ୍ ବେଆଇନ ଖଣି ଉପରେ ଚଢ଼ଉ କରିଥିଲା। ସେଠାରୁ ପଥର କାଟିବା ପାଇଁ ବ୍ୟବହୃତ ଦୁଇଟି ପାୱାର ଟିଲର, ଦୁଇଟି ଟ୍ରକ ଜବତ କରାଯାଇଛି।

ଦୁଇଟି ଟ୍ରକର ନମ୍ବର ଜାଲ ଅଟେ ବୋଲି ଥାନା ଅଧିକାରୀ କହିଛନ୍ତି। ଏନେଇ ୭୬/୨୦୨୨ରେ ମାମଲା ରୁଜୁ କରିବା ସହ ଜଙ୍କିଆ ରାୟପୁରର ଦିଲିପ କୁମାର ମଙ୍ଗରାଜ (୨୯), ଭୁବନେଶ୍ୱର ପଞ୍ଚଗାଓଁର ଲକ୍ଷ୍ମୀଧର ମଙ୍ଗରାଜ (୪୫), ଟାଙ୍ଗୀ ଉଜ୍ଜ୍ୱଳ ଗୋପିନାଥପୁରର କାଳିଆ ପ୍ରଧାନ (୩୮) ଓ ଜଙ୍କିଆ ମଳିପଡ଼ାର ସଦାଶିବ ଭୂଜବଳ (୨୨)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର