ମାଲକାନଗିରି: ମାଲକାନଗିରି ପୁଲିସକୁ ମଟର ସାଇକେଲ ଚୋରି ରାକେଟକୁ ଧରିବାରେ ସଫଳତା ମିଳିଛି। ଗତ ୨୨ ତାରିଖରେ ବାଲିମେଳା ଛକ ନିକଟରେ ବାସ କରୁଥିବା ଏମ.ରମେଶ ରାଓଙ୍କ ୟାମହା ମାତ୍ର ସାଇକେଲ ଚୋରି ହୋଇଯାଇଥିଲା। ଏଣେ ମାଲକାନଗିରି ଥାନା ରେ ଏତଲା ଦେବା ପରେ ପୁଲିସ ଆଇଆଇସି ରିଗଣ କିଣ୍ଡୋଙ୍କୁ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା।
ପୁଲିସ କାଲିମେଳା, ବାଲିମେଳା ଏବଂ ମାଲକାନଗିରି ଟାଉନରୁ ୫ଟି ଚୋରା ମଟର ସାଇକେଲକୁ ଜବତ କରିଥିଲା।ଏଥିସହ ଏହି ବାଇକ ଗୁଡ଼ିକ ଚୋରି କରିଥିବା ୪ ଜଣ ଚୋରକୁ ଗିରଫ କରାଯାଇଛି। ଆଜି ୪ ଚୋରକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/IMG-20220331-WA0036.jpg)