ନୂଆପଡ଼ା: ସଦର ରେଞ୍ଜ ଅଧିନ ଟାନୱାଟ ଗାଁରେ ବନ ବିଭାଗ ଚଢଉ କରି ୩ କେଜି ସଦ୍ୟ ବାର୍ହା ମାଂସ ଜବତ କରିବା ସହ ୪ ଜଣ ଶିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁରେଶ ଚନ୍ଦ୍ର ବିଶ୍ୱାଳ(୬୫), ଚୈତନ୍ୟ ଶବର(୫୫), ରାମଲାଲ ଶବର(୫୦) ଓ ସଂକିତ୍ତନ ଶବର(୬୦)।
ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ସଦର ରେଂଜ ଅଧିନ ଟାନୱଟ ଗାଁରେ ବନ୍ୟଜନ୍ତୁ ଶିକାର ହୋଇଥିବା ନେଇ କୈଣସି ସୂତ୍ରରୁ ବନ ବିଭାଗ ଖବର ପାଇଥିଲା। ରାତିରେ ରେଞ୍ଜର ବିନିତା ଭୋଇଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ ଟାନୱାଟ ଗାଁରେ ଚଢଉ କରି ୩ କେଜି ବରାହ ମାଂସ, ଦେଶୀ ବନ୍ଧୁକ, ଟାଙ୍ଗିଆ, ନିକିତିକୁ ଜବତ କରିଥିଲା। ଆଜି ସକାଳେ ପୁଣି ବନ ବିଭାଗ ଟିମ ଗାଁରେ ଚଢଉ କରିଥିଲେ।
ବନ ବିଭାଗର ଅଧିକାରୀମାନେ ଆଜି ରେଂଜ ଅଫିସରେ ଦିନ ତମାମ ଶିକାରୀ ମାନଙ୍କୁ ନେଇ ବନ୍ୟଜନ୍ତୁ ଶିକାର ଉପରେ ଜେରା କରିଥିଲେ। ଏଥିରେ ଆହୁରି ଶିକାରୀ ମାନଙ୍କ ସମ୍ପୃକ୍ତି ରହିଥିବା ଜଣା ପଡିଛି। ସେହିପରି ଏହି ଚଢଉ ସମୟରେ ସୁରେଶଙ୍କ ଘରୁ ପ୍ରାୟ ୩୦ ହଜାର ଟଙ୍କାର ସାଗୁଆନ ପଟ୍ଟାକୁ ଜବତ କରିଥିଲେ। ଚଢ଼ଉ ସମୟରେ ଫରେଷ୍ଟର ଚୁଡାନାଥ ଶବର, ପରମାନନ୍ଦ ତାଣ୍ଡିି, ଦୀପ୍ତିମାନ ପଣ୍ଡା, ସଦନ ମାଝି, ଫରେଷ୍ଟଗାର୍ଡ ପ୍ରେମ ତାଣ୍ଡିି, ସଚ୍ଚିଦାନନ୍ଦ ସାହୁ, ସୂଚିସ୍ମୀତା ମୁଣ୍ଡା, ହେମନ୍ତ ଦୁର୍ଗା ପ୍ରମୁଖ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/bad962fd-bf61-47c1-8ec7-56f8f8585585.jpg)