ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ୪ ଗିରଫ

ରାଉରକେଲା: ଇସ୍ପାତ ସହରର ବିଭିନ୍ନ ସ୍ଥାନରେ ଆଜି ଅବକାରୀ ବିଭାଗ ଚଢ଼ାଉ କରିଛି। ଏହି ଚଢ଼ାଉ ବେଳେ ୧୨୫ ଲିଟର ଦେଶୀ ମଦ ଜବତ ହୋଇଛି। ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସେକ୍ଟର-୬ ଗୋଲଘର ବସ୍ତିର ଶଙ୍କରୀ ଏକ୍କା, ତାରାତାରିଣୀପଲ୍ଲୀ ବସ୍ତିର ରାଜେଶ କେର୍କେଟା, ମଞ୍ଜୁ ମୁଖୀ ଓ ଆନନ୍ଦ ମାର୍ଗ ବସ୍ତିର ନମିତା ଲାଖୁଆ।

ଏମାନେ ଦୀର୍ଘଦିନ ହେଲା ଦେଶୀ ମଦ ବିକ୍ରି କରୁଥିବା ଅବକାକରୀ ବିଭାଗ ସୂଚନା ମିଳିଥିଲା। ସୂଚନାକୁ ଭିତ୍ତିକରି ଆଜି ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଏକ ଦଳ ଚଢ଼ାଉ କରିଥିଲା।

ସମ୍ବନ୍ଧିତ ଖବର