ମାଲକାନଗିରି: ଡକାୟତି ଘଟଣାରେ ମାଲକାନଗିରି ପୁଲିସ ୪ ଜଣ ଡକାୟତକୁ ଧରିବାରେ ସଫଳ ହୋଇଛି।ଘଟଣା ଅନୁଯାୟୀ ଗତ ୧୬ ତାରିଖ ଦିନ ଭଣ୍ଡାରିପାଙ୍ଗାମ ପଞ୍ଚାୟତର ମାଡିଗୁଡା ଗ୍ରାମରେ ବାସ କରୁଥିବା ମାନସ କୁମାର ପରିଡା(୩୭) ଘରେ ଏକୁଟିଆ ବସି ଲେଖାଲେଖି କରୁଥିଲେ। ରାତି ପ୍ରାୟ ସାଢେ ଦଶଟା ହଠାତ୍ ଘର ଭିତରକୁ ପ୍ରାୟ ୮ରୁ ୧୦ ଡକାୟତ ମୁହଁରେ କପଡା ବାନ୍ଧି ମୋତେ ପଛ ପଟୁ ଛୁରି ଦେଖାଇକୁ ମୋର ପାଟିକୁ ଚାପି ଧରିଲେ ବୋଲି ମାନସ ମାଲକାନଗିରି ଥାନାରେ ଏତଲା ଦାୟର କରିଥିଲେ। ପରେ ଆଲମିରାରୁ ୧ ଲକ୍ଷ ଟଙ୍କା ଏବଂ ୬ ତୋଳା ସୁନା ଲୁଟି ନେଇଯାଇଥିଲେ। ଏତଲାକୁ ଭିତ୍ତି କରି ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ କରିଥିଲା।
ତେବେ ଏହି ଘଟଣାରେ ପୁଲିସ ୪ ଜଣ ଡକାୟତକୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନେ ହେଲେ ଦୁର୍ମାଗୁଡା ଗ୍ରାମର ବଳରାମ ବାଦାମୀ(୨୬), ଧନ ପୂଜାରୀ(୨୪), ହାଟପଦା ସାହିର ରାହୁଲ ମାଣ୍ଡି (୨୦) ଏବଂ ଅଶୋକ ମାଢି(୨୩)। ତେବେ ଏହି ଡକାୟତି ଘଟଣାରେ ଆହୁରି ଚାରିରୁ ଉର୍ଦ୍ଧ୍ବ ଡକାୟତ ରହିଥିବା ଜଣାପଡିଛି।ତେବେ ଏମାନଙ୍କ ଠାରୁ ପୁଲିସ ୫ ହଜାର ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି। ତେବେ ସୁନା ଜବତ ହୋଇନଥିବା ବେଳେ ଖୁବ ଶୀଘ୍ର ପୁଲିସ ସମସ୍ତ ଜିନିଷ ଜବତ କରିବ ବୋଲି କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Mkg-docait-arrested-2.jpg)