ଭୁବନପୁରରେ ଚିହ୍ନଟ ହେଲେ ୪ କରୋନା ପଜିଟିଭ

ବାଲିଅନ୍ତା: ବାଲିଅନ୍ତା ପଞ୍ଚାୟତ ଅଧୀନ ଭୁବନପୁର ଗ୍ରାମରେ ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରେ ଅଛନ୍ତି ଗୋଟିଏ ପରିବାରର ଦୁଇଜଣ ସଦସ୍ୟ ଭାଉଜ ଓ ଦିଅର। କିନ୍ତୁ ତାଙ୍କ ସ୍ବାମୀ ପଜିଟିଭ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ସେହିପରି ଆଉ ଗୋଟିଏ ପରିବାର ଦୁଇ ଭାଇ ପଜିଟିଭ ଚିହ୍ନଟ ହୋଇଛନ୍ତ। ଦୁଇ ଭାଇଙ୍କ ଭିତରୁ ଜଣେ ଗ୍ରାମରେ ଗୃହ ସଂଗରୋଧରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଭାଇ ଜଣଙ୍କ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ଗ୍ରାମବାସୀ କହିଛନ୍ତି।

ସମସ୍ତ ଆକ୍ରାନ୍ତ ଦୁଇଦିନ ତଳେ ଘରୋଇ ହସ୍ପିଟାଲରେ ଆଣ୍ଟିଜେନ ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ ଆସିଥିଲା। ବଡ଼ କଥା ହେଉଛି ସ୍ବାସ୍ଥ୍ୟ ବିଭାଗର କୌଣସି ଅଧିକାରୀ ସଂକ୍ରମିତମାନଙ୍କୁ ଔଷଧ ଯୋଗାଇ ଦେବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ସଂପୃକ୍ତ ପରିବାର ଲୋକ ଆଜି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଫୋନକରି ଅଭିଯୋଗ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର