କେନ୍ଦୁଝର: ୩ ନାବାଳିକା ଓ ବାପାଙ୍କ ମୃତଦେହ ଠାବ

କେନ୍ଦୁଝର: ଆନନ୍ଦପୁର ଥାନାର ଏକ ଦୁର୍ଗମ ଅଂଚଳରେ ଥିବା ଏକ ଘର ଭିତରୁ ଶୁକ୍ରବାର ୩ ନାବାଳିକା ଝିଅ ସମେତ ବାପାଙ୍କ ମୃତଦେହ ଠାବ ହୋଇଛି। ଆନନ୍ଦପୁର ଠାରୁ ୪୦ କିଲୋମିଟର ଦୂର ଗୟଳବସା ପଂଚାୟତ ଅଧିନସ୍ଥ ଉଲିବସା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ଯାଉଛି। ୩ ନାବାଳିକା ଝିଅଙ୍କୁ ବାପା ପିଟି ମାରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାତ୍ର ପୁଲିସ ଘଟଣାସ୍ଥଳକୁ ପହଂଚିବା ପରେ ଅଧିକ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର