ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୁଲିସ ଜୁଆ ଆଡ୍ଡା ଉପର ଚଢ଼ାଉ କରିଛି। ସହର ନିକଟସ୍ଥ ବୁଦ୍ଧିଆଡଙ୍ଗର ନିକଟରେ ଜୁଆ ଆଡ୍ଡା ଚାଲିଥିବା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରିଛି। ପୁଲିସ ଜୁଆଡିମାନଙ୍କ ଠାରୁ ୧ ଲକ୍ଷ ୩୩ ହଜାର ଟଙ୍କା, ୭ ପେକେଟ ତାସ, ୪ ଗୋଟି ମୋବାଇଲ ଫୋନ ଜବତ କରିଛି। ଏ ନେଇ ଥାନାରେ ୧୪୪ /୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠ ପ୍ରକାଶ କରିଛନ୍ତି।
ଜୁଆ ଆଡ୍ଡାରେ ଚଢାଉ; ୪ ଜୁଆଡି ଗିରଫ, ୧ଲକ୍ଷ ୩୩ ହଜାର ଟଙ୍କା ଜବତ
/sambad/media/post_attachments/wp-content/uploads/2021/04/c298a22a-133d-4e79-91f7-df1f254241a2.jpg)