ଭଦ୍ରକ: ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଭଦ୍ରକରେ ଶନିବାର ଠାରୁ ବିବାଦ ଦେଖିବାକୁ ମିଳିଛି। ଉଭୟ ଗୋଷ୍ଠୀର କିନ୍ନର ମୁଖିଆମାନେ ଏନେଇ ଭଦ୍ରକ ଟାଉନ୍ ଥାନାରେ ଅଭିଯୋଗ ଆଣିଛନ୍ତି। ଏହି ବିବାଦ ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କିନ୍ନରମାନେ ଆସି ଭଦ୍ରକରେ ପହଞ୍ଚି ଥିଲେ। କିଛି କିନ୍ନର ଚରମ୍ପାର ଏକ ହୋଟେଲରେ ରହିଥିଲେ। ଭଦ୍ରକରେ କାହିଁକି ବାହାର ଜିଲ୍ଲାର କିନ୍ନର ଆସିବେ ବୋଲି ଭଦ୍ରକର ଏକ କିନ୍ନର ଗୋଷ୍ଠୀ ଭଦ୍ରକ ଟାଉନ୍ ଥାନାକୁ ଆସି ଥାନା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ନିଜର ଅଭିଯୋଗ ଜଣାଇଥିଲେ।
ସେହିପରି ଅନ୍ୟ କିନ୍ନର ଗୋଷ୍ଠୀ ମଧ୍ୟ ପୁଲିସ ନିକଟରେ ଅଭିଯୋଗ ରଖିଥିଲେ। ଦୁଇ ଗୋଷ୍ଠୀଙ୍କ ଏଭଳି ମୁହଁ ମୁହିଁ ବିବାଦକୁ ନେଇ ପୁଲିସ ଅଡ଼ୁଆରେ ପଡ଼ିଥିବା। ପରିସ୍ଥିତି ଏଭଳି ଉତ୍ତେଜନା ହେବାରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। କିନ୍ତୁ ରାତି ବଢ଼ିବା ବେଳକୁ ଶତାଧିକ ସଂଖ୍ୟାରେ କିନ୍ନରମାନେ ଟାଉନ୍ ଥାନା ଆଡକୁ ମାଡି ଆସିଥିଲେ। ପୁଲିସ ବିରୋଧରେ ନାରାବାଜି କରିବା ସହ ଚରମ୍ପା ହୋଟେଲ ରହୁଥିବା ଗୋଟିଏ ଗୋଷ୍ଠୀର କିନ୍ନରଙ୍କୁ ଆକ୍ରମଣ କରିଥିଲେ। ଏଇ ଘଟଣା ପରେ ଭଦ୍ରକ ସହରରୁ ଚରମ୍ପା ପର୍ଯ୍ୟନ୍ତ କିନ୍ନରମାନେ ହୋହାଲ୍ଲା କରିଥିଲେ। ରାତି ପ୍ରାୟ ୧୧ ଟା ପରେ ଦୁଇ ଗୋଷ୍ଠୀର କିନ୍ନର ମୁହାଁମୁହିଁ ହୋଇଥିଲେ। ଶେଷରେ ସ୍ଥିତି ଆଣାୟତ ଆଡ଼କୁ ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଲାଠି ଚାଳନା କରିଥିଲା। ଆନ୍ଦୋଳନକାରୀ କିନ୍ନରମାନଙ୍କୁ ପୁଲିସ ସହର ଭିତରୁ ଘଉଡାଇ ଦେଇଥିବା ବେଳେ ଗଣ୍ଡଗୋଳକାରୀ କିନ୍ନରଙ୍କ ଗିରଫ କରିଥିଲା। ୪ ଜଣ କିନ୍ନର ଗୁରୁତର ଭାବେ ଆହତ ହୋଇ ପ୍ରଥମେ ଭଦ୍ରକ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/9e5353f1-c70b-4f13-a1ab-3b250740e0ef.jpg)