ପୋଲ ତଳକୁ ଖସିଲା କାର, ୪ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ପାଙ୍ଗାମ ବ୍ରିଜ ତଳକୁ ଏକ କାର ଖସି ପଡ଼ିଥିଲା। ତେବେ ଏହି କାରରେ ଥିବା ସମସ୍ତ ଚାରି ଜଣ ଯାତ୍ରୀ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୪ଜଣ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ବରର ଏକ ପରିବାର ମାଲକାନଗିରି ଫେରୁଥିବା ବେଳେ କାର ଚାଳକଙ୍କ ଆଖି ଲାଗିଯାଇଥିଲା। ଫଳରେ ପାଙ୍ଗମ ବ୍ରିଜ ଉପରୁ ତଳକୁ କାରଟି ଖସି ପଡିଥିଲା।

ଯାହାଫଳରେ କାରରେ ବସିଥିବା ଚାରି ଜଣ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି। ତେବେ ଯେଭଳି ଦୁର୍ଘଟଣା ଘଟିଥିଲା କେହି ବଂଚିନଥିବେ ବୋଲି ଅନୁମାନ କରା ଯାଉଥିଲା। କିନ୍ତୁ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି  ମାଥିଲି ମେଡିକାଲକୁ ଚିକିତ୍ସା‌ ପାଇଁ ପଠାଇଥିଲେ। ଚିକିତ୍ସା ପରେ ଏବେ ସମସ୍ତେ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର