ଭଞ୍ଜନଗର: ତାରସିଂ ଥାନା ଅନ୍ତର୍ଗତ ବାରଦଣ୍ଡା ଛକ ନିକଟରେ ପୁଲିସ ଏକ ଅନ୍ତଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ସେମାନଙ୍କ ଠାରୁ ୧୨ଟି ଦାମିକିଆ ମୋବାଇଲ ସମେତ ଅଫୁଟା ବୋମା ଓ ମାରଣାସ୍ତ୍ର ଜବତ କରିଛି। ଏହି ଗ୍ୟଙ୍ଗ ବହୁ ଦିନରୁ ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକଙ୍କୁ ଆକ୍ରମଣ କରି ମୋବାଇଲ ଓ ଟଙ୍କା ଲୁଟି ନେଉଥିଲେ। ଏହି ରାକେଟ ବହୁ ଦିନରୁ ଚାଲିଥିବା ବେଳେ ଶୁକ୍ରବାର ରାତି ପୁଲିସ ହାତରେ ଧରାପଡିଛି। ଏଥିରେ ଅଭିଯୁକ୍ତ ଭଞ୍ଜନଗର ଅଞ୍ଚଳର ଚିତ୍ତରଞ୍ଜନ ଚେଧୁରୀ (୨୦), ଅଜୟ ନାଇକ (୨୦), ଅକ୍ଷୟ ନାଇକ (୨୫) ଓ କବିସୂର୍ଯ୍ୟନଗର ବ୍ଲକର ଭାସ୍କର ଦାସ (୨୫)ଙ୍କୁ ତାରସିଂ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ପ୍ରକାଶ କରିଛନ୍ତ।

Advertisment

ଅଭିଯୁକ୍ତମାନଙ୍କ ଠାରୁ ଲୁଟ ହୋଇଥିବା ୧୨ଟି ମୋବାଇଲ, ଗୋଟିଏ ପଲସର ବାଇକ, ଦୁଇଟି ଖଣ୍ଡା, ଦୁଇଟି ଛୁରୀ, ପାଞ୍ଚଟି ହାତତିଆରି ବୋମା, ଦୁଇଟି ସାଇକେଲ ଚେନ ଓ ଲଙ୍କାଗୁଣ୍ଡ ଜବତ କରାଯାଇଛି। ଏଥିସହ ଏଥିରେ ସମ୍ପୃକ୍ତି ଥିବା ଭଞ୍ଜନଗର ଅଞ୍ଚଳର ଜଗା ଭୂୟାଁ ଫେରାର ଥିବା ନେଇ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ତାରସିଂ ଥାନା ଭାରପ୍ରାପ୍ତ ଅଧିକାରୀ ଏସଆଇ ସବ୍ୟସାଚୀ ମଲ୍ଲ ଓ ପୁଲିସ ଟିମ ପେଟ୍ରୋଲିଂ କରୁଥିବା ବେଳେ ଟ୍ରକକୁ ଅଟକାଇ ଡାକୟତି କରିବା ପାଇଁ ଯୋଜନା କରୁଥିଲେ। ସେମାନେ ଡକାୟତ ଗ୍ୟାଙ୍ଗକୁ ଧରିବାକୁ ଚେଷ୍ଟା କରିଥିଲେ। ଦୁଇଟି ବାଇକରେ ୫ ଜଣ ଆସିଥିବା ବେଳେ ସେଥି ମଧ୍ୟରୁ ଜଗନ୍ନାଥ ଗୋଟିଏ ବାଇକ ଧରି ଚମ୍ପଟ ମାରିଥିଲେ। ପୁଲିସ ହାତରେ ଗୋଟିଏ ବାଇକ ଓ ୪ ଜଣ ଧରାପଡିଯାଇଥିଲେ।