ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଲିସ ଏବଂ ବିଏସଏଫ ଯବାନମାନେ ଚଢାଉ କରି ଏହି ଚାରି ଜଣ ନକ୍ସଲକୁ ଗିରଫ କରିବା ସହ ବହୁ ମାତ୍ରାରେ ନକ୍ସଲ ସାମଗ୍ରୀ ଜବତ କରିଛନ୍ତି। ଜିଲ୍ଲା ପୁଲିସ ଏବଂ ବିଏସଏଫ ଯବାନମାନେ କୋୟଲାବାଡି ଥାନା ଅନ୍ତର୍ଗତ ପାନିଡବରି ଖେତପାରା ଅଂଚଳରେ ଏହି ଚାରି ଜଣ ନକ୍ସଲକୁ ଗିରଫ କରିଥିଲେ।
ଏହି ଚାରି ଜଣ ନକ୍ସଲ ମଧ୍ୟରେ ଜଣେ ମହିଳା ନକ୍ସଲ ରହିଛନ୍ତି।ଏମାନଙ୍କ ଠାରୁ ଦୁଇଟି ବନ୍ଧୁକ,୮୮ଟି ଆଇରନ ରଡ,୫୦ ମିଟର ବିଦ୍ୟୁତ ତାର,ଆଇରନ ବଲ ୧୦ଟି, ବିସ୍ଫୋରକ,ଷ୍ଟିଲ ଟିଫିନ,ବ୍ୟାନର ଇତ୍ୟାଦି ଜବତ କରାଯାଇଛି। ଗିରଫ ନକ୍ସଲଙ୍କୁ ଜେରା କରାଯାଉଥିବା ଏସଡିପିଓ ପପୁଲେଶ କୁମାର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/malkan.jpg)