୪ ମିଲିସିଆ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ଚାରି ଜଣ ମାଓ ସଂଗଠନର ମିଲିସିଆଙ୍କୁ ଗିରଫ କରିଛି। ଏମାନେ ତୋଙ୍ଗପାଲ ଥାନା ଅନ୍ତର୍ଗତ ବେଙ୍ଗାପାଲ ଅଂଚଳର ବୋଲି ଜଣାପଡିଛି। ଏମାନେ ମାଓବାଦୀଙ୍କ ପାଇଁ ପୋଷ୍ଟର ମାରିବା, ପ୍ରଜାକୋର୍ଟକୁ ଲୋକଙ୍କୁ ଡାକିବା, ନିରୀହ ଜନତାଙ୍କୁ ମାଡ ମାରିବା ସହ ପୁଲିସର ଗତିବିଧି ସଂପର୍କରେ ନକ୍ସଲଙ୍କୁ ଜଣାଇବା ଭଳି କାମ କରୁଥିଲେ।

ତୋଙ୍ଗପାଲ ଅଂଚଳରେ ମାଓବାଦୀଙ୍କ କାମ କରୁଥିବା ବେଳେ ପୁଲିସ ଏମାନଙ୍କୁ ଗିରଫ କରିଥିଲା। ଏମାନେ ପୁଲିସ ସାମ୍ନାରେ ସବୁ କଥା ସ୍ବୀକାର କରିଛନ୍ତି। ତେବେ ଏମାନଙ୍କ ଠାରୁ ପୁଲିସକୁ ମାଓ ସଂଗଠନର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା ଜଣଆପଡିଛି।

ସମ୍ବନ୍ଧିତ ଖବର