ବିବାହିତାଙ୍କୁ ଟଣାଓଟରା: ୪ ଗିରଫ, ବାଳସୁଧାର ଗୃହ ଗଲେ ନାବାଳକ

ରାଉରକେଲା: ସେକ୍ଟର-୫ ଭିଆଇପି ମାର୍କେଟ ପାର୍କିଂ ପରିସରରେ ଜଣେ ବିବାହିତା ମହିଳାଙ୍କୁ ଟଣାଓଟରା ଓ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସେକ୍ଟର-୭ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେକ୍ଟର-୧୫ ମଲ୍ଲିକ ବସ୍ତିର ଶେଖ୍ କାସିମୁଦ୍ଦିନ(୨୨), ଶେଖ୍ ମୟୁଲ(୧୯), ହମିରପୁରର ଅଭିଶେକ ରଜକ(୨୦) ଓ ଗଞ୍ଜାମପଲ୍ଲୀ ବସ୍ତିର ଶହଦେବ ରାଉତ(୪୦)। ଏହାସହ ଅନ୍ୟତମ ନାବାଳକ(୧୬)ଙ୍କୁ ବାଳସୁଧାର ଗୃହକୁ ପଠାଯାଇଛି।

ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ୨୧ ତାରିଖ ସଂଧ୍ୟା ପ୍ରାୟ ସାଢ଼େ ୬ଟା। ମହିଳା ଜଣକ ଭିଆଇପି ମାର୍କେଟ ପାର୍କିଂ ଅଞ୍ଚଳରେ ତାଙ୍କର ନାବାଳକ ବନ୍ଧୁ(୧୬) ଓ ଆଉ ଜଣେ ବନ୍ଧୁଙ୍କ ସହ ଥିଲେ। ଏତିକିବେଳେ ଅନ୍ୟ ୪ ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କର ହାତକୁ ଟାଣିନେବା ସହ ସମ୍ବେଦନଶୀଳ ଅଙ୍ଗରେ ସ୍ପର୍ଶ କରିଥିଲେ। ଉକ୍ତ ୪ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନିଜକୁ ପୁଲିସ୍ ପରିଚୟ ଦେଇ ସେକ୍ଟର-୧୯ ଥାନା ପାଖକୁ ଜୋର୍ଜବରଦସ୍ତ ନେଇଯାଇଥିଲେ। ସେଠାରେ ମହିଳାଙ୍କ ମୋବାଇଲ ବି ଛଡ଼ାଇନେଇଥିଲେ। ତେବେ ମୋବାଇଲ ନ ଦେଲେ ଆତ୍ମହତ୍ୟା ଧମକ ଦେବାରୁ ଅଭିଯୁକ୍ତମାନେ ତାଙ୍କୁ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଉକ୍ତଦିନ ମହିଳା ସେକ୍ଟର-୧୯ ଥାନାରେ ଏତଲା ଦେଇଥିଲେ ମଧ୍ୟ ପୁଲିସ ଘଟଣାସ୍ଥଳ ନିଜ ପରିସୀମାରେ ଆସୁନଥିବା କହି ଏତଲା ରଖିବାକୁ ମନା କରିଦେଇଥିଲା। ପରେ ମହିଳା ସେକ୍ଟର-୭ ଥାନାରେ ଏତଲା ଦେଇଥିଲେ।

ସମ୍ବନ୍ଧିତ ଖବର