୪ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ

ମାଲକାନଗିରି: ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ୪ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ ହୋଇଯାଇଛି। ଜିଲ୍ଲାପାଳ ଵାଇ. ବିଜୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଚାରୋଟି ଆମ୍ବୁଲାନ୍ସର ଲୋକାର୍ପଣ କରିଥିଲେ। ମାଲକାନଗିରି ଜିଲ୍ଲାପାଳଙ୍କ କହିବା ଅନୁଯାୟୀ ଜିଲ୍ଲା ପାଇଁ ଏହି ଚାରୋଟି ଆମ୍ବୁଲାନ୍ସକୁ ହୁଡକୋ ତରଫରୁ ପ୍ରଦାନ କରାଯାଇଛି। ଆଉ ବଳକା ଟଙ୍କାକୁ ସିଏସଆର ଫଣ୍ଡରୁ ପ୍ରଦାନ କରାଯାଇଛି। ତେବେ ଜିଲ୍ଲାରେ ବର୍ତ୍ତମାନ ୨୨ଟି ଆମ୍ବୁଲେନସ ରହିଥିବା ବେଳେ ସ୍ବାଭିମାନ ଅଂଚଳ ପାଇଁ ରହିଥିବା ଦୁଇଟି ବୋଟ ଆମ୍ବୁଲାନ୍ସ ଏଥିରେ ସଂପୃକ୍ତ।ସେହିପରି ବଣ୍ଡାଘାଟି ପାଇଁ ଗୋଟିଏ ଆମ୍ବୁଲାନ୍ସ ରହିଥିବା ବେଳେ ଆହୁରି ଆମ୍ବୁଲାନ୍ସ ଦରକାର ପଡୁଥିବାରୁ ସରକାରଙ୍କୁ ଏନେଇ ଅବଗତ କରାଯାଇଥିବା କୁହାଯାଇଛି।

Sambad

ଆଜି ଉଦଘାଟିତ ହୋଇଥିବା ଚୋରୋଟି ମଧ୍ୟରୁ ତିନୋଟି ସାଧାରଣ ରହିଥିବା ବେଳେ ଅନ୍ୟଟି ଅତ୍ୟାଧୁନିକ ଆଇସିୟୁ ରହିଥିବା ଆମ୍ବୁଲାନ୍ସ ବୋଲି କୁହାଯାଇଛି। ତେବେ କରୋନାକୁ ମୁକାବିଲା କରିବା ପାଇଁ ଏହି ଆମ୍ବୁଲାନ୍ସ ବହୁ ସହଯୋଗ କରିବ ବୋଲି କୁହାଯାଇଛି। ଜିଲ୍ଲାର କର୍ମଚାରୀମାନଙ୍କୁ କୋରନାର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ସହ କୌଣସି ମୁହର୍ତ୍ତରେ ମଧ୍ୟ ସଟ୍‌ଡ଼ାଉନ ଓ ଲକ୍ଡା‌ଉନ ହେବାକୁ ଥିବା ଯୋଗୁଁ ସମସ୍ତେ ନିଜ ନିଜ ଅଂଚଳ ନଛାଡିବାକୁ କୁହାଯାଇଥିବା ଜଣାପଡିଛି। ଆଗାମୀ ଦିନରେ କରୋନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର