ହନୁ ମାଙ୍କଡ଼ ଆକ୍ରମଣରେ ୪ ଆହତ

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଫରେଷ୍ଟ  ରେଞ୍ଜ ଅଧୀନ ଆଣୁଆରି ଗ୍ରାମରେ ଏକ ସପ୍ତାହ ହେବ ଏକ ଗେଧ ମାଙ୍କଡ଼ ଉତ୍ପାତ ଚଳାଇଛି । ହନୁ ଆକ୍ରମଣରେ ଏଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମାଙ୍କଡ଼ କାମୁଡ଼ାରେ ୪ ଜଣ ଆହତ ହୋଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତି ହୋଇଛନ୍ତି । ଆହାତମାନଙ୍କ ମଧ୍ୟରେ ଦୁଇ ଜଣ ମୂର୍ତ୍ତି କାରିଗର ଅଛନ୍ତି । ସେଥିରୁ ଜଣେ ହେଲେ ଆଣ୍ଠୁଆରି ଗ୍ରାମର ଅନନ୍ତ ମୁଦୁଲି (୩୫ ) ଅକ୍ଷୟ ମୁଦୁଲି । ଉଭୟ ମୂର୍ତ୍ତି ଗଢ଼ୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ଅନ୍ୟ ଦୁଇ ପଥଇଚାରୀ  ଅକ୍ଷୟ ନାୟକ ଓ ଦୈତାରି ନାୟକ ଆହାତ ହୋଇଛନ୍ତି । ଅନନ୍ତଙ୍କ ପିଚାରୁ ହନୁ ପୁଳାଏ ମାଂସ କାମୁଡ଼ି ନେଇଯାଇଛି । ଜଙ୍ଘ ଗଭୀର ଭାବେ କ୍ଷତାକ୍ତ ହୋଇଛି । ପରିବାର ଲୋକ ଅନନ୍ତଙ୍କୁ ଚିକିତ୍ସା ଲାଗି ପ୍ରଥମେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ବଡ଼ କଥା ହେଉଛି ମାଙ୍କଡ଼ ଧରିବା ପାଇଁ ବନ କର୍ମଚାରୀ ଗ୍ରାମରେ ଦୁଇଦିନ ହେଲା ଡେରା ପକାଇଛନ୍ତି । ହନୁକୁ କାବୁ କରିବା ପାଇଁ ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଗତିବିଧି ଲକ୍ଷ କରି ପିଛା କରୁଛନ୍ତି ହେଲେ ନିରାଶ ହୋଇ ଖାଲିହାତରେ ଫେରୁଛନ୍ତି । ଯନ୍ତା ବସାଇ ହନୁକୁ ଧରିବା ଦିଗରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର