ଦେବଗଡ଼: ହନୁମାନ ପଇସା ରଖିବା କାଳ ହେଲା। ମାଛ ଧରିବା ବାହାନାରେ ଯୁବକଙ୍କୁ ଘରୁ ଡାକିନେଇ ପିଟିପିଟି ହତ୍ୟା କରିଦେଲେ ସେଇ ଗାଁର ୪ ଯୁବକ। ଏଭଳି ଏକ ଜଘନ୍ୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ରାଇତାଲ ଗ୍ରାମରେ। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ଦେବଗଡ଼ ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍ପି ରାଜକିଶୋର ପାଇକରାୟ ଏ ନେଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଉକ୍ତ ଗ୍ରାମର ଚାନ୍ଦୁଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରୀ କିସାନ ଓ ପ୍ରଦୀପ ମାଝୀ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ପି କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ଼ ଥାନା ଅନ୍ତର୍ଗତ ଟିପିରିସିଂହା ଗ୍ରାମର ଫକିର କିସାନଙ୍କ ପୁଅ କୃଷ୍ଣ କିସାନଙ୍କ ନିକଟରେ ଏକ ହନୁମାନ ପଇସା ଥିବା ସଂପର୍କରେ ଗ୍ରାମର ଚାଣ୍ଡାଳୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରୀ କିସାନ ଓ ପ୍ରଦୀପ ମାଝୀ ଜାଣିବାକୁ ପାଇଥିଲେ। ସେମାନେ ଏହି ପଇସାକୁ କୃଷ୍ଣଙ୍କ ନିକଟରୁ ହାତେଇବାକୁ ନେଇ ଯୋଜନା କରିଥିଲେ। ଯୋଜନା ଅନୁଯାୟୀ ୪ ତାରିଖ ସନ୍ଧ୍ୟା ପ୍ରାୟ ୮ଟାରେ ଗ୍ରାମରେ ଏକ ପୂଜା ହେବା ସହ ବୈଠକ ହୋଇଥିଲା। ବୈଠକ ପରେ ଅଭିଯୁକ୍ତମାନେ କୃଷ୍ଣଙ୍କୁ ମାଛ ଧରିବାକୁ ନିକଟସ୍ଥ ରାଇତାଳ ଗ୍ରାମକୁ ଡାକି ନେଇଥିଲେ। ରାତି ସାରା କୃଷ୍ଣ ଘରକୁ ଫେରି ନଥିଲେ। ୫ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ତାଙ୍କ ପରିବାର ଲୋକେ ରାଇତାଳ ଗ୍ରାମ ନିକଟସ୍ଥ ଏକ ଟ୍ରାନ୍ସଫର୍ମର ଖୁଣ୍ଟ ତଳେ କୃଷ୍ଣଙ୍କ ମୃତଦେହ ପଡ଼ିଥିବା
/sambad/media/post_attachments/wp-content/uploads/2021/08/f73920cd-5153-4a74-b965-ae74fb6c809b.jpg)
ଚନା ପାଇ ଦେବଗଡ଼ ଥାନାକୁ ଖବର ଦେଇଥିଲେ। ସୂଚନା ଆଧାରରେ ଦେବଗଡ଼ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। କୃଷ୍ଣଙ୍କ ମୃତଦେହରେ ଏକାଧିକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା। ତଦନ୍ତ ବେଳେ କୃଷ୍ଣଙ୍କ ନିକଟରେ ଥିବା ହନୁମାନ ପଇସାକୁ ହାତେଇବା ଉଦ୍ଦେଶ୍ୟରେ ଅଭିଯୁକ୍ତମାନେ ତାଙ୍କୁ ପିଟି ପିଟି ହତ୍ୟା କରିଥିବା ଜାଣିବାକୁ ପାଇଥିଲେ। ସେହିପରି ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ସେମାନେ ହତ୍ୟାକାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲେ। ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ କଏନ୍ ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟାଙ୍ଗିଆ, ବାଡ଼ି ଓ ମୁଗୁରା ଜବତ କରିଥିଲା। ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସ୍ପି ପ୍ରଦୀପ କୁମାର କେରକେଟା ଓ ଥାନାଧିକାରୀ ସୁରେନ୍ଦ୍ର କୁମାର ନାୟକ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/7773e427-6098-4aa5-b909-f42bcb99df16.jpg)