୨ ବସ୍‌ ଦୁର୍ଘଟଣାଗ୍ରସ୍ତ : ୧୦ ଆହତ ଯାତ୍ରୀଙ୍କୁ ହସ୍‌ପିଟାଲରେ ଭର୍ତ୍ତି

ରାଉରକେଲା: ଜାତୀୟ ରାଜପଥରେ ଦୁଇଟି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୋଟ ୧୦ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କ ମଧ୍ୟରୁ କେତେକଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି। ସ୍ଥାନୀୟ ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ରାଉରକେଲାରୁ କେନ୍ଦୁଝର ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ ରାକେଶ’ ବରଘାଟ ନିକଟରେ ଟିପ୍ପର ସହ ଧକ୍କା ହୋଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬ ଯାତ୍ରୀ ଆହତ ହୋଇଥିଲେ। ସେମିତି ରାଉରକେଲାରୁ ଟେନ୍‌ସା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ଦିଲ୍‌ଦାର’ ଦେଓଧର ନିକଟରେ ଟିପ୍ପର ସହ ଧକ୍କା ହୋଇଥିଲା। ଏଥିରେ ୪ ଯାତ୍ରୀ ଆହତ ହୋଇଛନ୍ତି। ଚାନ୍ଦିପୋଷ ପୁଲିସ ବସ୍‌ ଓ ଟିପ୍ପରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର