ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ଆଜି ବ୍ଳକର କରମରି ଗ୍ରାମ ଏବଂ ପଣ୍ଡରାଗନ୍ଧି ଗ୍ରାମର ଶ୍ରମିକ ମାନେ ଧାନ ଜମିରେ କାମ କରିବା ସମୟରେ ହଠାତ ବଜ୍ରାଘାତ ଯୋଗୁଁ ତିନି ଜଣ ମହିଳା ଶ୍ରମିକ ଏବଂ ଜଣେ ପୁରୁଷ ଶ୍ରମିକ ଗୁରୁତର ଥିବା ଜଣାପଡିଛି।
ସୂଚନା ପ୍ରକାରେ ବେଲଗାଁ ପଞ୍ଚାୟତ କରମରି ଗ୍ରାମ ଠାରୁ ଏକ କିଲୋମିଟର ଦୂରରେ ଥିବା ମୋହନ ପ୍ରଧାନୀଙ୍କ ଜମିରେ ଧାନ ତଳି ରୋଇବା ପାଇଁ କିଛି ମହିଳା ଶ୍ରମିକ ଯାଇଥିଲେ। ମୋହନ ପ୍ରଧାନୀଙ୍କ ସ୍ତ୍ରୀ କରୁଣା ପ୍ରଧାନୀ (୩୬), ଭାଇ ବହୁ କସ୍ତୁରିବା ପ୍ରଧାନୀ (୩୦) ଏବଂ ଆମେରିକା ପନକା (୩୦) ପ୍ରମୁଖ ଧାନ ତଳି ଉପାଡିବା ସମୟରେ ହଠାତ ଅପରାହ୍ନ ୩ ଘଣ୍ଟା ସମୟରେ ବଜ୍ରାଘାତ ହୋଇଥିଲା। ଫଳରେ ତିନି ଜଣ ମହିଳା ଜମିରେ ଅଚେତ ହୋଇ ପଡିଗଲେ। କିଛି ଦୂରରେ ଜମିରେ କାମ କରୁଥିବା ଶ୍ରମିକମାନେ ଘଟଣା ଦେଖି ତୁରନ୍ତ ପରିବାର ଲୋକଙ୍କୁ ଖବର ଦେଇଥିଲେ।
ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି କାର ଯୋଗେ ଆମେରିକା ପନକାଙ୍କୁ ଏବଂ ଆମ୍ବୁଲାନ୍ସ ଯୋଗେ କରୁଣା ପ୍ରଧାନୀ ସହ କସ୍ତୁରିବା ପ୍ରଧାନୀଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଆମେରିକା ପନକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।ଅନ୍ୟ ଦୁଇ ଜଣ ମହିଳା ଶ୍ରମିକ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସେହିପରି ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଡୁମରପଦର ଗ୍ରାମର ଧନୁର୍ଜୟ ଗୌଡ଼(୪୫) ପଣ୍ଡରାଗନ୍ଧି ଗ୍ରାମର ଜଣଙ୍କ ଜମିରେ କାମ କରିବା ସମୟରେ ହଠାତ ୪ ଘଣ୍ଟା ସମୟରେ ବଜ୍ରାଘାତ ହୋଇଥିଲା।ଫଳରେ ଧନୁର୍ଜୟ ଗୁରୁତର ହୋଇ ଅଚେତ ହୋଇ ଯାଇଥିଲେ।ଘଟଣା ମ୍ପର୍କରେ ପରିବାର ଲୋକ ସୂଚନା ପାଇ ତୁରନ୍ତ ଗୁରୁତର ଅବସ୍ଥାରେ ଧନୁର୍ଜୟଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/b0d78b49-f1d7-4a4d-87f2-85987029f724.jpeg)