ପୁରୀ: ନିର୍ମାଣାଧୀନ ଘରର ଛାତ ଭୁଶୁଡ଼ିଛି। ଘଟଣାସ୍ଥଳରେ ରାଜମିସ୍ତ୍ରୀଙ୍କ ସମେତ ମୋଟ ୫ ଜଣ ଲୋକ ଚାପି ହୋଇଯାଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇପାରିଛି। ପ୍ରଥମେ୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ପରେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଖୁସିର କଥା ହେଲା ଯେ, ଏତେ ବଡ଼ ଅଘଟଣ ଘଟିଥିଲେ ବି କାହାରି ମୃତ୍ୟୁ ହୋଇନାହିଁ। ପୁରୀ ସହରରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଅଘଟଣ ଘଟିଛି।
ସୂଚନା ଅନୁସାରେ ବାସେଳି ସାହି ଥାନା ଅନ୍ତର୍ଗତ ପୁରୀ-ବ୍ରହ୍ମଗିରି ରାସ୍ତାକଡ଼ରେ ମଶାଣିଚଣ୍ଡୀ ଛକ ନିକଟରେ ବିଭୂପ୍ରସାଦ ମିଶ୍ରଙ୍କ ଘରର ଛାତ ପାଇଁ ଢଳେଇ କାମ ଚାଲିଥିଲା। ପ୍ରାୟ ୯୦୦ ବର୍ଗ ଫୁଟର ଘରର ଛାତ କାମ ସରିବା ପୂର୍ବରୁ ଆଜି ସନ୍ଧ୍ୟାରେ ଅଘଟଣ ଘଟିଥିଲା। ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବାରୁ ରାଜମିସ୍ତ୍ରୀ ଭରତ ଜେନା ଓ ଅନ୍ୟ ୪ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ। ସେମାନେ ପୁଲିସ ଓ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦେଇଥିଲେ।
/sambad/media/post_attachments/wp-content/uploads/2022/07/2302e302-1912-4f85-b10c-dfa074622c87.jpg)
ଖବର ପାଇ ପୁଲିସ ଓ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ସାରିଛି। ପୁରୀ-ବ୍ରହ୍ମଗିରି ମୁଖ୍ୟ ରାସ୍ତାକଡ଼ରେ ଘଟଣାସ୍ଥଳ ହୋଇଥିବାରୁ ଯାତାୟତରେ ସାମାନ୍ୟ ବାଧା ପହଞ୍ଚିଛି। କିନ୍ତୁ ପୁଲିସ ଏହାର ସଫଳ ମୁକାବିଲା କରି ଯାତାୟତ ବ୍ୟବସ୍ଥାକୁ ସହଜ କରିପାରିଛି।
ସୂଚନାଯୋଗ୍ୟ, ପୁରୀ ସହରରେ ଛାତ ଭୁଶୁଡ଼ିବା କଥା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଆଜିର ଭଳି ଅଭାବନୀୟ ଘଟଣା ଘଟିଥିଲା। ପ୍ରାୟ ୧୫ ବର୍ଷ ତଳେ ଟାଉନଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିର ଦଇତା ଗଳିରେ ଏଭଳି ଏକ ଛାତ ଭୁଶୁଡ଼ିଥିଲା, ଯେଉଁଥିରେ କି ପ୍ରାୟ ୪ରୁ ୫ ଜଣ ଲୋକ ପ୍ରାଣ ହରାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/db8867c1-a0a2-4ebd-a133-3b8a869ebd3d.jpg)