ନିଆଁ ଲାଗି ଚାରି ବଖରା ପାଉଁଶ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଣ୍ଡାଗୁଡା ଗ୍ରାମର ତୁଲାରାମ ଅମନ୍ୟାତଙ୍କ ଘରେ ନିଆଁ ଲାଗି ଚାରି ବଖରା ପାଉଁଶ ହୋଇଯାଇଛି। ସୂଚନା ଅନୁଯାଇ ତୁଲାରାମ ଆଜି କୁଳିମଜୁରୀ କରିବାକୁ ଯାଇଥିଲେ । ଏହି ସମୟରେ ତୁଲାରାମଙ୍କ ସ୍ତ୍ରୀ ଘରେ ରୋଷେଇ କରି ନିଜ ୩ ସନ୍ତାନକୁ ଖାଇବା ପାଇଁ ଖୋଜିବାକୁ ଯାଇଥିଲେ ।

ତେବେ ସକାଳ ୧୦ ଘଣ୍ଟା ସମୟରେ କୌଣସି କାରଣରୁ ଘରେ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ଜାଣିବା ପରେ ସାହି ପଡିଶା ଆୟତ୍ତ କରିବାକୁ ଉଦ୍ୟମ କରିବା ସହିତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତୁରନ୍ତ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। କିନ୍ତୁ ଇତି ମଧ୍ୟରେ ତୁଲାରାମଙ୍କ ଚାରି ବଖରା ଘର ସଂପୂର୍ଣ୍ଣ ଭାବେ ପୋଡ଼ିଯାଇଥିଲା । ଘର ଭିତରେ ଥିବା ୧ କୁଇଣ୍ଟାଲ ଚାଉଳ, ବାସନ ଓ ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିକାଣ୍ଡରେ ସର୍ବସ୍ୱାନ୍ତ ହେବା ପରେ ପରିବାର କିଭଳି ଚଳିବ ସେନେଇ ତୁଲାରାମ ଚିନ୍ତାରେ ପଡିଛନ୍ତି । କାରଣ କୁଳିମଜୁରୀ କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳିଥାଏ । ଏଭଳି ଏକ ଅତ୍ୟନ୍ତ ଗରିବ ପରିବାରକୁ ଶୀଘ୍ର ପ୍ରଶାସନ ତରଫରୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର