୫ ଟି ସଚିବଙ୍କ ଲାଗି ସଜେଇ ହେଉଛି ଭଦ୍ରକର ୪ ପ୍ରମୁଖ ହାଇସ୍କୁଲ

ଭଦ୍ରକ: ରାଜ୍ୟ ସରକାରଙ୍କ ୫ ଟି ମାଧ୍ୟରେ ଭଦ୍ରକ ବ୍ଲକ ଅନ୍ତର୍ଗତ ୪ଟି ବିଦ୍ୟାଳୟ ନୂଆ ରୂପରେ ସଜେଇ ହେଉଛି। ଭଦ୍ରକର ସର୍ବପୁରାତନ ଭଦ୍ରକ ଜିଲ୍ଲା ହାଇସ୍କୁଲ, ଭଦ୍ରକ, ଭଦ୍ରକ ସରକାରୀ ହାଇସ୍କୁଲ, କଲେଜରୋଡ, ଏନସି ହାଇସ୍କୁଲ, ପୁରୁଣାବଜାର, ଭଦ୍ରକ, ସାବରଙ୍ଗ ହାଇସ୍କୁଲ, ସାବରଙ୍ଗ। ଏହି ୪ ଟି ସ୍କୁଲର ଭିତ୍ତିଭୂମିକର ବିକାଶ, ସ୍ମାର୍ଟ କ୍ଲାସ୍‌ରୁମ୍, ସ୍ମାର୍ଟ କମ୍ପ୍ୟୁଟର ରୁମ୍, ସ୍ମାର୍ଟ ଲାଇବ୍ରେରୀ ଓ ସ୍ମାର୍ଟ ଖେଳ ପଡିଆ ତିଆରି ହୋଇଛି। ସ୍କୁଲର ରୂପ ଓ ରଙ୍ଗରେ ଆମୂଳ ଚୂଳ ପରିବର୍ତ୍ତନ ହୋଇଛି। ସୁନ୍ଦର ଭାବରେ ହଷ୍ଟେଲ ରୁମ୍ ପ୍ରସ୍ତୁତ ହେଉଛି। ଆସନ୍ତା ୧୪ ତାରିଖରେ ୫ଟି ସଚିବ ଏହି ସବୁ ରୂପାନ୍ତିକରଣ ସ୍କୁଲ ଗୁଡିକର ଉଦ୍‌ଘାଟନ କରାଯିବ। ଏଥିପାଇଁ ଏହି ସବୁ ସ୍କୁଲର ବଳେବର ଓ ଏହାର ଆକର୍ଷଣୀ ପରିବେଶ ବେଶ୍ ମନୋଭୋଲା ହୋଇଛି।

ଏହା ଏବେ ଛାତ୍ରଛାତ୍ରୀଙ୍କର ପାଠପଢା ପାଇଁ ନୂଆ ଆକର୍ଷଣ ସୃଷ୍ଟି କରିଛି। ଅନେକ ଘରୋଇ ବିଦ୍ୟାଳୟରୁ ଏଥର ଅନେକ ଛାତ୍ର ଏହି ସବୁ ସରକାରୀ ସ୍କୁଲରେ ଅଧିକ ପରିମାଣରେ ନାମ ଲେଖାଇଛନ୍ତି। ଏହାର ଶୈକ୍ଷିକ ବାତାବରଣର ଆହୁରି ପରିବର୍ତ୍ତନ କରାଯିବ ବୋଲି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଲାଗି ଏଇସବୁ ସ୍କୁଲ ଗୁଡିକର ବାତାବରଣ ଆଗାମୀ ଦିନରେ ଆହୁରି ଉନ୍ନତୀକରଣ କରାଯିବ। ଏଠାରୁ କିଭଳି ଅଧିକ ମେଧାବୀ ଛାତ୍ରଛାତ୍ରୀ ବାହାରିବେ ସେ ଦିଗରେ ଉଦ୍ୟମ କରାଯିବା ଲାଗି ପ୍ରୟାସ ଜାରି ରହିଛି।

ସମ୍ବନ୍ଧିତ ଖବର