କରୋନା ଲକ୍ଷଣ ନ ଥିଲେ ବି ସୁରତ ଫେରନ୍ତାଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା, ଆସିଲା ପଜିଟିଭ୍: ଜଗତ୍ସିଂହପୁର ଜିଲ୍ଲାପାଳ
କେନ୍ଦ୍ରାପଡ଼ା ଜିଲ୍ଲାର ୩ୟ କରୋନା ଆକ୍ରାନ୍ତ କୋଲକାତାରୁ ଫେରିଥିଲେ
ଭୁବନେଶ୍ୱର/ଜଗତସିଂହପୁର: ଗୁଜରାଟର ସୁରତରୁ ଫେରିଥିବା ଜଗତ୍ସିଂହପୁର ଜିଲ୍ଲାର ୪ ଜଣ ପୁରୁଷ ଏଠାରେ ପହଞ୍ଚିବା ପରେ ସଂଗରୋଧରେ ଅଛନ୍ତି । ଏହି ୪ ଜଣ ବ୍ୟକ୍ତି ବାହାର ରାଜ୍ୟରୁ ଆସିଥିବାରୁ ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଏବେ ଏହି ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡ଼ିଛି ଯେ, ନାଉଗାଁର ସଂପୃକ୍ତ ୪ ଜଣ ବ୍ୟକ୍ତି କରୋନା ଭାଇରସରେ ପୀଡ଼ିତ ଅଛନ୍ତି । ଜଗତ୍ସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାପାଳ ଶ୍ରୀ ମହାପାତ୍ର କହିଛନ୍ତି ୨୬ ବର୍ଷିଅ ପୁରୁଷ, ୩୨ ବର୍ଷିଅ ଯୁବକ, ୩୦ ବର୍ଷିଅ ଯୁବକ ଓ ୪୭ ବର୍ଷିଅ ପୁରୁଷଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ଗୋଟିଏ ପରିବାରର ସଦସ୍ୟ କିନ୍ତୁ ଅନ୍ୟ ବ୍ୟକ୍ତି ଜଣକ ପ୍ରଥମ ତିନି ଜଣଙ୍କ ଗାଁର । ଏହି ୪ ଜଣ ପୁରୁଷ ନିକଟରେ ସୁରତରୁ ଫେରିଥିଲେ । ଏଠାକୁ ଫେରିବା ପରେ ସେମାନଙ୍କୁ ସଂଗରୋଧରେ ରଖାଯାଇଥିଲା ।
4th Health Update, 6th May
Four positive cases in Jagatsinghpur
26 yr Male, 32 yr Male, 30 yr Male & 47 yr Male
(Surat returnees. In quarantine)One positive case in Kendrapara
60 yr Male
Kolkata returneeContact tracing & follow-up action is being done.
Total Case: 185
— I & PR Department, Odisha (@IPR_Odisha) May 6, 2020
ତେବେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୫୧ ଦିନ ପରେ ଜଗତସିଂହପୁର ଜିଲ୍ଲାରେ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛି । ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଗତ ମାର୍ଚ୍ଚ ୧୫ ତାରିଖରେ ଚିହ୍ନଟ ହୋଇଥିଲା । ଜଗତସିଂହପୁର ଜିଲ୍ଲାକୁ ଗୁଜୁରାଟ, ପଶ୍ଚିମବଙ୍ଗ ଓ ଅନ୍ୟାନ୍ୟ ରାଜ୍ୟରୁ ବହୁ ସଂଖ୍ୟାରେ ପ୍ରବାସୀ ଫେରିଥିବାରୁ ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ିଛି । ଆଗାମୀ ଦିନରେ ମଧ୍ୟ ଜିଲ୍ଲାକୁ ହଜାର ହଜାର ପ୍ରବାସୀ ଫେରିବେ । ସେମାନଙ୍କ ଫେରିବାକୁ ନେଇ ପ୍ରଶାସନ ଓ ସରକାର ଯଦିଓ ବ୍ୟାପକ ବ୍ୟବସ୍ଥା କରିଛନ୍ତି, ତଥାପି ସାଧାରଣ ଜନତାଙ୍କ ମନରେ ପ୍ରବାସୀଙ୍କ ଫେରିବା ବାଟକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜଗତସିଂହପୁର ଜିଲ୍ଲା ବ୍ୟତୀତ ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ମଧ୍ୟ ଜଣେ ୬୦ ବର୍ଷିଅ ବୃଦ୍ଧ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଜିଲ୍ଲାରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । କିନ୍ତୁ ସେମାନେ ସୁସ୍ଥ ହୋଇଯିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା କରୋନା ମୁକ୍ତ କୁହାଯାଉଥିଲା ।
ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୪୭ ହଜାର ୪୫୪ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ୧୭ଟି ଜିଲ୍ଲାରୁ ମୋଟ ୧୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୪୭ ଜଣ, ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ, ଭଦ୍ରକ ଜିଲ୍ଲାରୁ ୨୧ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨ ଜଣ, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨-୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୬୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୨୨ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।