ଦେବଗଡ଼: ରିଆମାଳ ଥାନାରେ ଜଣେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ମା’ଙ୍କ ଦ୍ୱାରା ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଛି ଏବଂ ଘଟଣା ସହିତ ଜଡ଼ିତ ସଂପୃକ୍ତ ୨ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନ ୧୧ଟାରେ ନାବାଳିକା ନିଜ ଘର ବାହାରେ ଏକାକୀ ଖେଳୁଥିଲା। ଏହି ସମୟରେ ଗାଁର ୨ ଜଣ ନାବାଳକ ତାକୁ ଡାକି ନେଇଥିଲେ ଏବଂ ଖରାପ କାମ କରିଥିଲେ। ନାବାଳିକାର ମା’ ଏହାର ୪୦ ମିନିଟ ପରେ ଗାଁ ଦାଣ୍ଡ ଓ ସାଇପଡ଼ିଶାରେ ଝିଅକୁ ବହୁ ଖୋଜାଖୋଜି କରି ଶେଷରେ ପାଇଥିଲେ। ମା’କୁ ଦେଖି ଝିଅ ବହୁତ କାନ୍ଦିଥିଲା। ଗାଁର ୨ ଜଣ ଭାଇଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଘଟଣା ବାବଦରେ ସେ ମା’କୁ କହିଥିଲା।
ଝିଅର କହିବା ଅନୁସାରେ ଶେଷରେ ମା’ ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି । ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ଘଟଣା ସହିତ ଜଡ଼ିତ ୨ ନାବାଳକଙ୍କୁ ପଚରାଉଚରା କରୁଛି।