ଭିଡିଓ: ମାସ୍କ ପିନ୍ଧି ନଥିଲେ ୪ ଯୁବକ, ପୁଲିସର ତାଗିଦ ପରେ ଉନ୍ମତ୍ତ କାଣ୍ଡ

ଉଦଳା: ମୟୂରଭଂଜ ଜିଲ୍ଲା ଉଦଳା ଏନଏସି ମଧ୍ୟରେ ବାରିପଦା ଜେଲର ୱାର୍ଡ ବୟ ମନୋଜ କୁମାର କୁଅଁର (୩୭) ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ କରିଛନ୍ତି । ଆଜି ସଂଧ୍ୟା ପ୍ରାୟ ୭ଟାରେ ଉଦଳା ଥାନା ଗାଡ଼ିଟି ପେଟ୍ରୋଲିଂ ପାଇଁ ବୁଲୁଥିବା ବେଳେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଗବେଷଣା କେନ୍ଦ୍ର ସମ୍ମୁଖରେ ୪ ଜଣ ଯୁବକ ମାସ୍କ ବ୍ୟବହାର ନକରି ଛିଡ଼ା ହୋଇଥିବାରୁ କାର୍ଯ୍ୟରତ ଥିବା ଏସଆଇ ଶଶୀଭୂଷଣ ପରିଡ଼ା ସେମାନଙ୍କୁ ତାଗିଦ କରିଥିଲେ ।

ତେବେ ସେଠାରେ ନିଶାସକ୍ତ ଅବସ୍ଥାରେ ଉପସ୍ଥିତ ମନୋଜ କାର୍ଯ୍ୟରତ ଥିବା ଶ୍ରୀ ପରିଡ଼ାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଠେଲାପେଲା କରିଥିଲେ । ଅନ୍ୟ ପୁଲିସ କର୍ମଚାରୀମାନେ ସେଠାରେ ପହଂଚିବା ସହିତ ମନୋଜକୁ ଗାଡ଼ିରେ ବସାଇବାକୁ ଉଦ୍ୟମ କରିବା ବେଳେ ନାକେଦମ ହୋଇପଡ଼ିଥିଲେ । ଶେଷରେ ପୁଲିସ ମନୋଜକୁ ନେଇ ଥାନାରେ ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର