କଟକରୁ ଦାଖଲ ହେଲା ୧୪,୪୫୪ ନାମାଙ୍କନ

ଜିଲ୍ଲାପରିଷଦ ଆସନ ପାଇଁ ୧୮୮, ସରପଞ୍ଚ ୧୮୨୧, ସମିତିସଭ୍ୟ ୧୪୬୩ ଓ ୱାର୍ଡମେମ୍ବର ପାଇଁ ୧୦,୯୮୨

କଟକ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଶେଷ ହୋଇଛି ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। କଟକ ଜିଲ୍ଲାରେ ମୋଟ ୧୪ ହଜାର ୪୫୪ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲାପରିଷଦ ଆସନ ପାଇଁ ମୋଟ ୧୮୮ଜଣ, ସରପଞ୍ଚ ପାଇଁ ୧୮୨୧, ସମିତିସଭ୍ୟ ପାଇଁ ୧୪୬୩ ଓ ୱାର୍ଡସଭ୍ୟ ପାଇଁ ୧୦,୯୮୨ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିଛନ୍ତି। କଟକ ଜିଲ୍ଲାର ୧୪ଟି ବ୍ଲକ୍‌ର ୪୬ଟି ଜିଲ୍ଲାପରିଷଦ ଆସନ, ୩୭୩ଟି ସରପଞ୍ଚ ଓ ୩୭୩ଟି ସମିତିସଭ୍ୟ ଓ ୫୭୦୩ଟି ୱାର୍ଡମେମ୍ବର ପଦ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଶେଷ ଦିନରେ ଆଜି ଜିଲ୍ଲାପରିଷଦ ଆସନ ପାଇଁ ୯୯ଜଣ, ସରପଞ୍ଚ ପାଇଁ ୭୪୪, ସମିତି ସଭ୍ୟ ୬୦୩ ଓ ୱାର୍ଡ ମେମ୍ବର ଆସନ ପାଇଁ ୩୭୯୪ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ୍‌ରୁ ସର୍ବାଧିକ ୧୬୦୯ଜଣ ଓ କଣ୍ଟାପଡାରୁ ସବୁଠାରୁ କମ୍‌ ଅର୍ଥାତ୍‌ ୫ଶହ ଜଣ ନାମାଙ୍କନ ଦାଖଲ କରିଛନ୍ତି।

କଟକ ସଦର ବ୍ଲକ୍‌ରୁ ସରପଞ୍ଚ ପାଇଁ ୧୦୧, ସମିତି ସଭ୍ୟ ପାଇଁ ୮୩, ୱାର୍ଡମେମ୍ବର ପାଇଁ ୬୪୭, ବାରଙ୍ଗ ପାଇଁ ସରପଞ୍ଚ ୭୫, ସମିତି ସଭ୍ୟ ୬୪ ଓ ୱାର୍ଡମେମ୍ବର ପାଇଁ ୪୦୭, ଟାଙ୍ଗୀ-ଚୌଦ୍ବାରରେ ସରପଞ୍ଚ ୧୩୫, ସମିତି ସଭ୍ୟ ୧୦୪, ୱାର୍ଡମେମ୍ବର ପାଇଁ ୭୯୯, ସାଲେପୁର ପାଇଁ ସରପଞ୍ଚ ୧୬୪, ସମିତି ସଭ୍ୟ ୧୩୭ ଓ ୱାର୍ଡମେମ୍ବର ୧୧୨୪, ମାହାଙ୍ଗାରେ ସରପଞ୍ଚ ୧୯୪, ସମିତି ସଭ୍ୟ ୧୪୦ ଓ ୱାର୍ଡମେମ୍ବର ୧୦୫୨, ନିଶ୍ଚିନ୍ତକୋଇଲିରେ ସରପଞ୍ଚ ୨୦୧, ସମିତି ସଭ୍ୟ ୧୬୬ ଓ ୱାର୍ଡମେମ୍ବର ୧୨୪୨, ନିଆଳିରେ ସରପଞ୍ଚ ୧୦୧, ସମିତି ସଭ୍ୟ ୮୧ ଓ ୱାର୍ଡମେମ୍ବର ୯୯୫, କଣ୍ଟାପଡାରେ ସରପଞ୍ଚ ୫୪, ସମିତି ସଭ୍ୟ ୪୩ ଓ ୱାର୍ଡମେମ୍ବର ୪୦୩, ଆଠଗଡ଼ରେ ସରପଞ୍ଚ ୨୦୧, ସମିତି ସଭ୍ୟ ୧୦୮ ଓ ୱାର୍ଡମେମ୍ବର ୮୧୫, ତିଗିରିଆରେ ସରପଞ୍ଚ ୮୯, ସମିତି ସଭ୍ୟ ୫୮ ଓ ୱାର୍ଡମେମ୍ବର ୪୭୭, ବଡ଼ମ୍ବା ସରପଞ୍ଚ ୧୬୧, ସମିତି ସଭ୍ୟ ୧୬୩ ଓ ୱାର୍ଡମେମ୍ବର ୯୧୦, ନରସିଂହପୁରରେ ସରପଞ୍ଚ ୧୭୬, ସମିତି ସଭ୍ୟ ୧୬୨ ଓ ୱାର୍ଡମେମ୍ବର ୯୩୪, ବାଙ୍କୀରେ ସରପଞ୍ଚ ୯୧, ସମିତି ସଭ୍ୟ ୮୭ ଓ ୱାର୍ଡମେମ୍ବର ୬୮୭, ବାଙ୍କୀ-ଡମପଡାରେ ସରପଞ୍ଚ ୭୮, ସମିତି ସଭ୍ୟ ୬୭ ଓ ୱାର୍ଡମେମ୍ବର ୪୯୦ ଜଣ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଥିବା‌ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର