ଜୟପୁରରେ ଖୋଲିବ ଏନସିସି ୪ର୍ଥ ଗ୍ରୁପ, ଜାନୁଆରୀ ୨୩ରେ ଲୋକାର୍ପଣ ହେବ ହେଡକ୍ବାର୍ଟର

ଜୟପୁର: ଜୟପୁରରେ ଖୋଲିବ ଏନସିସି (ନ୍ୟାସନାଲକ୍ୟାଡେଟ୍ କପ୍ (ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ) ର ୪ର୍ଥ ଗୃପ ହେଡକ୍ବାର୍ଟର। ଆସନ୍ତା ୨୦୨୩ ଜାନୁଆରୀ ୨୩ତାରିଖ ଦିନ ଏହାକୁ ଲୋକାର୍ପଣ କରାଯିବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଏଥିପୂର୍ବରୁ କଟକ, ବ୍ରହ୍ମପୁର, ସମ୍ବଲପୁରରେ ଗ୍ରୁପ ହେଡକ୍ବାର୍ଟର ରହିଥିଲା। ଜୟପୁରରେ ରାଜ୍ୟର ୪ର୍ଥ ଏନସିସି ଗ୍ରୁପ ହେଡକ୍ବାର୍ଟର ଖୋଲିବ। ରାଜ୍ୟରେ ଥିବା ୩ଟି ଗ୍ରୁପ ଅଧିନରେ ଥିବା ବାଟାଲିଅନ୍ ଓ ୟୁନିଟର ମୁଖ୍ୟମାନଙ୍କୁ ନେଇ ଆଭାସୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନସିସି ଓଡିଶାର ନିର୍ଦ୍ଦେଶକ ଡିଡିଜି କମୋଡର ସୋମେନ ବନାର୍ଜୀଙ୍କ ଅଧ୍ୟକ୍ଷତାରେ ଗୃପ କମାଣ୍ଡର କ୍ୟାପଟେନ୍ ସଚ୍ଚିନ ଗୁପ୍ତା, କଲନେଲ୍ ନବୀନ ପରାସର, ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଏଏନଓ ଲେଟି ଲକ୍ଷ୍ମଣ ପାତ୍ର, ଡଃ. ବିନୋଦ କୁମାର, ଦହଦେବ ଦାଶ, ମଦନ ମୋହନ ଓଝା, ଡମୁରୁଧର ତ୍ରିପାଠୀ, ସଂଜୟ କୁମାର ପାଢ଼ୀ ଆଦି ଏଥିରେ ଭାଗ ନେଇଥିଲେ।

Sambad

ଏନସିସି ଗୃପ ହେଡକ୍ବାର୍ଟର ଖୋଲିବା ପାଇଁ ଜିଲ୍ଲାପ୍ରଶାସନ ପାରାବେଡ଼ା ମଧ୍ୟରେ ଥିବା କୋଭିଡ୍ କେୟାର ସେଣ୍ଟରକୁ ଏନସିସିକୁ ହସ୍ତାନ୍ତର କରିଛନ୍ତି। ଏହାରି ମଧ୍ୟରେ ଏହି ‌କୋଠାର ପୁନଃ ରୁଦ୍ଧାର କାମ ଜୋରସୋରରେ ଚାଳିଛି। ଏଠାରେ ଗୃପ ହେଡକ୍ବାର୍ଟର ଖୋଲିବା ଦ୍ବାରା ଅବିଭକ୍ତ କୋରାପୁଟ ଜିଲ୍ଲାର ଅଧିକାରୁ ଅଧିକା ସ୍କୁଲ ଓକଲେଜର ଛାତ୍ରଛାତ୍ରୀ ମାନେ ଏନସିସି ରେ ସାମିଲ ହୋଇ ପାରିବେ। ଏହା ସହ ଏଠାରେ ସ୍ଥଳ, ବାୟୁ ଓ ନୈସେନା ପାଇଁ ବିଭିନ୍ନ ତାଲିମ ମଧ୍ୟ କ୍ୟାଡେଟ୍ ମାନଙ୍କୁ ମିଳିପାରିବ ବୋଲି କହିଛନ୍ତି ଏନସିସି ଆଲୁମିନି ଆସୋସିଏସନ୍ ରାଜ୍ୟ ସଭ୍ୟ ନିଶାନ ପଟ୍ଟନାୟକ। ଏବଂ ଉତ୍ତମ ପ୍ରଶିକ୍ଷଣ ଓ ଅଧିକା ଛାତ୍ରଛାତ୍ରୀ କ୍ୟାଡେଟ୍ ହେବା ଦ୍ବାରା ଦେଶ ପ୍ରେମ ଅଧିକା ଜାଗ୍ରତ ହେବା ସହ ସ୍ଥଳ, ବାୟୁ ଓ ନୈସେନାର ବିଭିନ୍ନ ପଦ ଓ ପଦବୀରେ ନିଯୁକ୍ତି ପାଇବା ସହଜ ସାଧ୍ୟ ହୋଇ ପାରିବ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର