ମାଲକାନଗିରି: ଆସନ୍ତାକାଲି ମାଲକାନଗିରି ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କାଲିମେଳା ବ୍ଲକରେ ରହିଥିବା ୨୩ଟି ପଞ୍ଚାୟତର ତିନୋଟି ଜୋନରେ ଅନୁଷ୍ଠିତ ହେବ। ତିନୋଟି ଜୋନରେ ମୋଟରେ ୯୬, ୬୨୬ ଜଣ ଭୋଟର ରହିଥିବା ବେଳେ ସେଥିରୁ ୪୮, ୨୭୫ ଜଣ ପୁରୁଷ ଭୋଟର ଏବଂ ୪୮୩୫୧ ଜଣ ମହିଳା ଭୋଟର ବୋଲି ଜଣାପଡିଛି। ସେହିପରି ତିନୋଟି ଜୋନ ମଧ୍ୟରୁ ଜୋନ-୧ରେ ୧୧୩ଟି ବୁଥ ରହିଥିବା ବଳେ ୮ଟି ଅତିସମ୍ବେଦନଶୀଳ ଏବଂ ୪୨ଟି ସମ୍ବେଦନଶୀଳ ବୁଥ ରହିଛି। ସେହପରି ଜୋନ-୨ରେ ୧୦୦ଟି ବୁଥ ରହିଥିବା ବେଳେ ୭ଟି ଅତିସମ୍ବେଦନଶୀଳ ଏବଂ ୨୫ଟି ସମ୍ବେଦନଶୀଳ ବୁଥ ରହିଛି। ଜୋନ-୩ରେ ୧୨୧ଟି ବୁଥ ରହିଥିବା ବେଳେ ୨୪ଟି ସମ୍ବେଦନଶୀଳ ବୁଥ ରହିଛି। ତେବେ ମୋଟରେ ତିନୋଟି ଜୋନରେ ୩୩୪ଟି ବୁଥ ରହିଥିବା ବେଳେ ୧୫ଟି ଅତିସ‌ମ୍ବେଦନଶୀଳ ଏବଂ ୯୧ଟି ସମ୍ବେଦନଶୀଳ ବୁଥ ରହିଥିବା କୁହାଯାଇଛି।

Advertisment

publive-image Sambad

ତେବେ ଜୋନ-୧ରେ ୪ ଜଣ, ଜୋନ-୨ରେ ୩ ଜଣ ଏବଂ ଜୋନ-୩ରେ ୪ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଲଢେଇ କରୁଛନ୍ତି। ସେହିପରି ୩୩୪ଟି ୱାର୍ଡ଼ ରହିଥିବା ବେଳେ ସେଥିରୁ ୨୧୯ଟି ୱାର୍ଡ଼ ମେମ୍ବର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୫୦ ୱାର୍ଡରେ ମେମ୍ବର ମାନଙ୍କ ମଧ୍ୟରେ ହେବ। ତେବେ ୬୫ଟି ୱାର୍ଡରେ କେହି ନାମାଙ୍କନ ପତ୍ର ୱାର୍ଡ ମେମ୍ବର ମାନେ ପକାଇ ନଥିବା ଜଣାପଡିଛି। ସେହିପରି ୮୭ ଜଣ ସରପଞ୍ଚ ପ୍ରାର୍ଥୀ ଲଢେଇ କରୁଥିବା ବେଳେ ୬୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ଲଢେଇ କରୁଥିବା ଜଣାପଡିଛି। ତେବେ ଜୋନ-୧ରେ ୩୩୯ ଜଣ, ଜୋନ-୨ରେ ୩୦୦ ଜଣ ଏବଂ ଜୋନ-୩ରେ ୩୬୩ ଜଣ ପୁଲିଂ ଷ୍ଟାଫଙ୍କୁ ପ୍ରେରଣ କରାଯାଇଛି। ସେହିପରି ୩୪୫ ଜଣ ପୁଲିସ ବିଭାଗର କର୍ମଚାରୀ ଦାୟୀତ୍ବ ନେଇଛନ୍ତି। ତେବେ ଏଠାରେ ସୁରକ୍ଷାକୁ କଡାକଡି କରାଯାଇଥିବା ପୁଲିସ କହିଛି। ପୁଲିସ ମୋବାଇଲ ପାର୍ଟିକୁ ମଧ୍ୟ ନିୟୋଜିତ କରାଯାଇଛି। ଜିଲ୍ଲାର ତିନି ପର୍ଯ୍ୟାୟ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ମଧ୍ୟ ଶାନ୍ତିଶୃଙ୍ଖଳାରେ ସମାପ୍ତ ହେବ ବୋଲି ଆଶା କରାଯାଉଛି।