ନକଲି ଡାକ୍ତର ଗିରଫ, ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ

କଟକ: କଣ୍ଟାପଡା ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଥାନା ବଡ଼ସାଇଲୋ ଅଞ୍ଚଳରୁ ଜଣେ ନକଲି ଡାକ୍ତର(କ୍ୱାକ୍‌)କୁ ଧରିଛି ଜିଲ୍ଲା ଡ୍ରଗ୍ସ ବିଭାଗ। ଡ୍ରଗ୍ସ ଇନ୍‌ସପେକ୍ଟର୍‌ ହରପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ ଅତର୍କିତ ଭାବେ ଚଢ଼ଉ କରି ନକଲି ଡାକ୍ତରକୁ ଧରିଥିବା ବେଳେ ତା’ ନିକଟରୁ ଅଢ଼େଇ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି। ଅଭିଯୁକ୍ତକୁ କଟକ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଅଭିଯୁକ୍ତର ଘର ଗୋବିନ୍ଦପୁର ଥାନା ଅଞ୍ଚଳରେ। ତା’ର ଏକ ଔଷଧ ଦୋକାନ ଥିଲା।

ଉକ୍ତ ଦୋକାନ ଖୋଲିବା ନିମନ୍ତେ ମଧ୍ୟ ସେ ଡ୍ରଗ୍ସ ଲାଇସେନ୍ସ ନେଇ ନଥିଲା। ନିଜକୁ ଡାକ୍ତର ଭାବେ ପରିଚୟ ଦେଇ ରୋଗୀ ଦେଖି ଔଷଧ ପ୍ରେସକ୍ରାଇବ୍‌ କରୁଥିଲା। ଚଢ଼ଉ ସମୟରେ ସର୍କଲ-୧ ସହକାରୀ ଡ୍ରଗ୍ସ ନିୟନ୍ତ୍ରକ ଧର୍ମଦେବ ପୁହାଣ, ସର୍କଲ-୨ ସହକାରୀ ଡ୍ରଗ୍ସ ନିୟନ୍ତ୍ରକ ତୁଷାର ରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର