ରବି ମଣ୍ଡି ଚାଷୀ ପଂଜୀକରଣରେ ବି ଜାଲିଆତି

୧୭ହଜାର୭୪୮ ପଂଜୀକୃତ ପ୍ଲଟରୁ ୧୪ହଜାର ୨୫୯ ପ୍ଲଟ୍ ପଡ଼ିଆ

ଜୟପୁର:  ରବି ମଣ୍ଡିରେ ଚାଷୀ ପଂଜୀକରଣ କରିଥିବା ଜମିର ପ୍ଲଟ ନଂ ଗୁଡିକ ଜାଲିଆତି ଚିହ୍ନଟ ହୋଇଛି। ଏଥରକ ବାରବାର ଡିଆରସିଏସଙ୍କ ପକ୍ଷରୁ ଯାଂଚ କରାଯାଉଛି। ସନ୍ଦିଗ୍ଧ ପ୍ଲଟର ଯାଂଚ ସଂପ୍ରତି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ୧୭ହଜାର ୭୪୮ଟି ଜମି ପ୍ଲଟର ଯାଂଚ ସରିଛି। ଏଥିରୁ ୩ହଜାର୪୮୯ଟି ପ୍ଲଟରେ ଚାଷ କରାଯାଇଥିବା ବେଳେ ୧୪ହଜାର ୨୫୯ଟି  ଜମି ପ୍ଲଟର ପଂଜୀକରଣକୁ ରଦ୍ଧ କରିବା ପାଇଁ ଜିଲ୍ଲାପ୍ରଶାସନ ଓ ରାଜ୍ୟସରକାରଙ୍କୁ ଅବଗତ କରିଛନ୍ତି ଡିଆରସିଏସ୍ ।

ଚାଷୀ ମାନେ କରିଥିବା ପଂଜୀକରଣରେ ୨୦ହଜାର ୭୫ ପ୍ଲଟ ଠିକ ରହିଥିବା   ରାଜସ୍ବ ନିରୀକ୍ଷକ ଓ କୃଷି ଗ୍ରାମସେବଙ୍କ ଯୁଗ୍ମ ଯାଂଚ ଓ କ୍ଷେତ୍ର ପରିଦର୍ଶନ  ପରେ ଜଣାପଡ଼ିଥିଲା। ଏହା ପରେ ସାଟେଲାଇଟ୍ ସର୍ଭେରେ ୧୭ହଜାର ୯୨୫ ପ୍ଲଟରେ ଚାଷ ହୋଇ ନଥିବା ସୂଚନା ମିଳିଥିଲା। ଏହା ପରେ ଡିଆରସିଏସଙ୍କ ନିର୍ଦ୍ଦେଶରେ ସବୁ କ୍ରୟକାରୀ ସଂସ୍ଥା  ଦ୍ବାରା ସଂପ୍ରତି ପୁଣି କ୍ଷେତ୍ର‌କୁ ଯାଇ ଯାଂଚ ଆରମ୍ଭ ହୋଇଥିଲା। ଏଥିରେ ଏ ଯାଏଁ ୧୭ହଜାର୭୪୮ ପ୍ଲଟର ଯାଂଚ ସରିଛି। ଏଥିରେ ୩ହଜାର୪୮୯ ପ୍ଲଟରେ ହିଁ ରବି ଚାଷ କରାଯାଇଥିବା ବେଳେ ବଳକା ୧୪ହଜାର୨୫୯ ପ୍ଲଟ୍ ଖାଲି ପଡ଼ିଛି।

ଏଣୁ ଏହି ୧୪ହଜାର୨୫୯ ପ୍ଲଟ୍ ପ୍ଲଟର ଚାଷୀଙ୍କ ଏହି ଜମି ବାବଦରେ ବିକ୍ରୀ କରିବାକୁ ଥିବା ଧାନର ପରିମାଣକୁ ରଦ୍ଧ କରିବା ପାଇଁ  ଜିଲ୍ଲାପାଳ ଓ ରାଜ୍ୟସରକାରଙ୍କୁ ଚିଠି କରିଥିବା କହିଛନ୍ତି ଡିଆରସିଏସ୍ ସିଏଚ୍ ଭବାନୀ ପ୍ରସାଦ।   ଯାଂଚ ପରେ ପୁଣି ଗୋଟି ଗୋଟି ପ୍ଲଟର ଯାଂଚ ଡିଆରସିଏସ ନିଜେ ନିଜ କାର୍ଯ୍ୟାଳୟରେ କରିବା ସହ ସଂଦେହ ଉପୁଜିଲେ ପୁଣି ପୁର୍ନବାର କ୍ଷେତ୍ରକୁ ଯାଇ ପୁନଃ ଯାଂଚ କରିବାକୁ କ୍ରୟକାରୀ ସଂସ୍ଥାର ସର୍ଭେ କରୁଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆଉ ୧୭୭ଟି ପ୍ଲଟର ଯାଂଚ ବାକି ରହିଛି। ଏହି ୧୭୭ଟି ପ୍ଲଟର ଯାଂଚ ସରିଲେ ରବି ମଣ୍ଡିରେ କେତେ ପ୍ଲଟରେ ଚାଷ ହୋଇନି ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଡିଆରସିଏସ୍।

ସମ୍ବନ୍ଧିତ ଖବର