ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ତଲିଭଟାରେ ରହୁଥିବା ଭୂଷଣର ଜଣେ କର୍ମଚାରୀ କୌଣସି ସ୍ଥାନକୁ ଯାତ୍ରା କରିବା ପାଇଁ ଆଇଆର୍ସିଟିସି ୱେବସାଇଟ୍ ଯୋଗେ ଟିକଟ କରୁଥିଲେ। ଏହି ସମୟରେ ଟିକଟ ବାବଦକୁ ତାଙ୍କ ଆକାଉଣ୍ଟରୁ ୫ଶହ ଟଙ୍କା କଟି ଯାଇଥିଲେ ସୁଦ୍ଧା ଟିକଟ ହୋଇନଥିଲା।
ତେଣୁ ଉକ୍ତ ବ୍ୟକ୍ତି ଗୁଗଲରୁ ଆଇଆର୍ସିଟିସିର କଷ୍ଟମର କେୟାର ନମ୍ବର ଖୋଜି ସେଠାକୁ ଯୋଗାଯୋଗ କରିଥିଲେ। କିଛି ସମୟ ପରେ ସେପଟୁ ଜଣେ ବ୍ୟକ୍ତି ଫୋନ୍ କରି ନିଜକୁ ଆଇଆର୍ସିଟିସିର କଷ୍ଟମର କେୟାର ଏକଜିକ୍ୟୁଟିଭ୍ ବୋଲି ପରିଚୟ ଦେବା ସହ ସମସ୍ୟାର ସମାଧାନ କରିବାକୁ କହିଥିଲା। ଫୋନ୍ କରିଥିବା ବ୍ୟକ୍ତିର କହିବାନୁସାରେ, ଅଭିଯୋଗକାରୀ ନିଜ ମୋବାଇଲ୍ରେ ଲିଙ୍କ୍କୁ କ୍ଲିକ୍ କରିବା କ୍ଷଣି ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୯୮ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି ପୁଲିସର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ସଦର ଥାନା ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/18-17.jpg)