ଝାରସୁଗୁଡ଼ା: ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଦେବଶ୍ଲୋକ୍ ଶର୍ମା ଏବଂ ଡାକ୍ତର ଜିତେଶ ଶର୍ମାଙ୍କ ତତ୍ତ୍ବାବଧାନରେ ଏକ କର୍ମଶାଳା ଆୟୋଜନ ହୋଇ ଯାଇଛି । ଏଥିରେ ନେମିନାଥ ହୋମିଓପାଥିକ ମେଡିକାଲ କଲେଜ ହସପିଟାଲ ଓ ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଆଗ୍ରାର ବିଶିଷ୍ଟ ହୋମିଓପାଥିକ୍ ଚିକିତ୍ସକ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତା ଜଟିଳ ରୋଗ ଉପରେ କରାଯାଇଥିବା ଏହି ଦୁଇ ଦିନିଆ କର୍ମଶାଳାକୁ ପରିଚାଳନା କରିଥିଲେ । ଯକୃତ, କର୍କଟ, କିଡନି ରୋଗରୁ ନେଇ ହୋମିଓପାଥିକ ଔଷଧ ଦ୍ୱାରା ଆରୋଗ୍ୟ ହୋଇଥିବା ଅନେକ ରୋଗ ଉପରେ ସେମିନାରରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।
ଏହି ଅବସରରେ ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ପ୍ରଫେସର ଡକ୍ଟର ପ୍ରଦୀପ କୁମାର ଗୁପ୍ତାଙ୍କୁ ଉପଢୌକନ ଏବଂ ପ୍ରମାଣପତ୍ର ଦେଇ ଡା. ଦେବଶ୍ଲୋକ ଶର୍ମା ସମ୍ମାନିତ କରିଥିଲେ । ଓଡ଼ିଶାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜିଲ୍ଲା ନିର୍ବାଚନ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡିଆଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ କର୍କଟ ଏବଂ କିଡନି ରୋଗୀଙ୍କୁ ଜେଡିଏସ୍ ମଲ୍ଟି ସୁପର ହୋମିଓପାଥିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେମାନଙ୍କୁ ମାଗଣା ଚିକିତ୍ସା ଦିଆଯିବ ବୋଲି ଡା. ଶର୍ମା ପ୍ରତିଶ୍ରୁତି ଦେଇଛନ୍ତି । ଏହି କର୍ମଶାଳାରେ ୫୦ ଜଣ ହୋମିଓପାଥିକ୍ ଚିକିତ୍ସକ ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/c331b77f-9fd0-4aef-93e5-079c1e23c122-750x430-1.jpg)