ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ସାନ୍ତ୍ରାଙ୍କ ପତ୍ନୀଙ୍କ ମୃତ୍ୟୁ

ଜୟପୁର: ୯୫ବର୍ଷ ବୟସରେ ସ୍ବାଧୀନତା ସଂଗ୍ରାମୀ  ସ୍ବର୍ଗତଃ କୃଷ୍ଣ ଚନ୍ଦ୍ର ସାନ୍ତ୍ରାଙ୍କ ପତ୍ନୀ ସରୋଜିନୀ ସାନ୍ତ୍ରାଙ୍କର ଗତ କାଲି ସଂଧ୍ୟା ସାଢ଼େ ୫ଟାରେ ମୃତ୍ୟୁ ହୋଇଯାଇଛି। ସ୍ଥାନୀୟ କେବିଏସଡି ରୋଡରେ ଥିବା ବଡ଼ ପୁଅ ଗୌରାଙ୍ଗ ସାନ୍ତ୍ରାଙ୍କ ବାସଭବନରେ ମୃତ୍ୟୁ ହୋଇଥିଲା। ଗତ କିଛି ଦିନ ହେବ ସେ ଅସୁସ୍ଥ ରହି ଚିକିତ୍ସାଧୀନ ଥିଲେ।

ମୃତ୍ୟୁ ବେଳକୁ ତାଙ୍କ ବଡ ପୁଅ ଗୌରାଙ୍ଗ , ସାନପୁଅ ତଥା ଜୟପୁର ଜିଲ୍ଲା ଓକିଲ ସଂଘର କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା, ତାଙ୍କର ଦୁଇ ଝିଅ, ବୋଉ, ନାତି , ନାତୁଣୀ ଆଦି ଉପସ୍ଥିତ ଥିଲେ। ସେ ଜଣେ ଧର୍ମ ପରାୟଣ , ପରୋପକାରୀ, ମେଳାପୀ, ମିଷ୍ଠଭାଷୀ ମହିଳା ଭାବେ ସହରରେ ପରିଚିତ ଥିଲେ।

ତାଙ୍କ ମୃତ୍ୟୁ ଖବର ଶୁଣି ବିଧାୟକ ତାରା ପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ବରିଷ୍ଠ ବିଜେଡି ନେତ୍ରୀ ଡ.ଇନ୍ଦିରା ନନ୍ଦ, ନଗର ସଭାପତି ହର ମିଶ୍ର, ଜିଲ୍ଲା ଓକିଲ ସଂଘ ସଭାପତି ସରୋଜ ଦାଶ, ଉପସଭାପତି ପିଣ୍ଟୁ ମାଝୀ, ସଂପାଦକ ଆନନ୍ଦ ରଥ, ସହ ସଂପାଦକ ଗିରିଧର ଖରା, ହରିଶ୍ଚନ୍ଦ୍ର ମୁଦୁଲି, କେ.ଦିବାକର ରାଓ, କେଦାରନାଥ ସାମନ୍ତରାୟ, ଦିନବନ୍ଦୁ ଅଗ୍ରୱାଲ, ଭି.ଗାୟତ୍ରୀ ଦେବୀ, ସୁଧିର ତ୍ରିପାଠୀ, ଦେବାଶିଷ ମହାନ୍ତି, ଗୁପ୍ତେଶ୍ବର ବିଷୋୟୀ,ମନୋଜ ପାତ୍ର, ମହେନ୍ଦ୍ର ଅଧିକାରୀ, ସୁଧିର ପାଢ଼ୀ, ରବିନ୍ଦ୍ର ପାତ୍ର, ଜ୍ୟୋତି ରଂଜନ ପୁଜାରୀ, ଅନୁପ ପାତ୍ର, ମୁନ୍ନା ସିଂଲାଲ, ଏନ୍. ଆଶା ଲତା ପ୍ରମୁଖ ଆଇନଜୀବୀ ମାନେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର